ରାତିରେ ପରିସ୍ରା ଉଠିଥିବା ବେଳେ ଛୁରା ମାରିଦେଲା ଦୁର୍ବୃତ୍ତ: ଘର ଲୋକ କହିଲେ, ଏହା ପିଲାଚୋରଙ୍କ କାମ

ନବରଙ୍ଗପୁର(ସନ୍ତୋଷ କୁମାର ପୋଲାଇ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋରେଙ୍ଗା ପଞ୍ଚାୟତର ପୋନାର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଗାଁର ସତ୍ୟନାରାୟଣ ବେହେରାଙ୍କ ପୁଅ ବିକାଶ ପରିସ୍ରା କରିବାକୁ ଘରୁ ବାହାରକୁ ବାହାରିବା ସମୟରେ କିଛି ଦୁର୍ବୃତ୍ତ ହଠାତ୍ ଆସି ତାଙ୍କ ମୁହଁକୁ ବନ୍ଦ କରି ବେକରେ ଛୁରା ମାଡ଼ କରିଥିଲେ। ହେଲେ ବିକାଶ ଦୁର୍ବୃତ୍ତଙ୍କ ହାତର ଆଙ୍ଗୁଠିକୁ କାମୁଡ଼ିଦେବା ଯୋଗୁଁ ଦୁର୍ବୃତ୍ତମାନେ ତାକୁ ଛାଡ଼ି ପଳାଇ ଯାଇଥିଲେ। ଆହତ ବିକାଶକୁ ପ୍ରଥମେ […]

nabarangpur

nabarangpur

Rakesh Mallick
  • Published: Friday, 01 June 2018
  • Updated: 01 June 2018, 02:00 PM IST

Sports

Latest News

ନବରଙ୍ଗପୁର(ସନ୍ତୋଷ କୁମାର ପୋଲାଇ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋରେଙ୍ଗା ପଞ୍ଚାୟତର ପୋନାର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଗାଁର ସତ୍ୟନାରାୟଣ ବେହେରାଙ୍କ ପୁଅ ବିକାଶ ପରିସ୍ରା କରିବାକୁ ଘରୁ ବାହାରକୁ ବାହାରିବା ସମୟରେ କିଛି ଦୁର୍ବୃତ୍ତ ହଠାତ୍ ଆସି ତାଙ୍କ ମୁହଁକୁ ବନ୍ଦ କରି ବେକରେ ଛୁରା ମାଡ଼ କରିଥିଲେ। ହେଲେ ବିକାଶ ଦୁର୍ବୃତ୍ତଙ୍କ ହାତର ଆଙ୍ଗୁଠିକୁ କାମୁଡ଼ିଦେବା ଯୋଗୁଁ ଦୁର୍ବୃତ୍ତମାନେ ତାକୁ ଛାଡ଼ି ପଳାଇ ଯାଇଥିଲେ।

ଆହତ ବିକାଶକୁ ପ୍ରଥମେ ଉମରକୋଟ ଡାକ୍ତରଖାନା ପରେ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ରାଜ୍ୟରେ ପିଲା ଚୋର ଗୁଜବ ଚାଲି ଥିବା ବେଳେ ବିକାଶଙ୍କ ପରିବାର ଲୋକେ  ପିଲା ଚୋର ଉପରେ ସନ୍ଦେହ କରିଛନ୍ତି।

ଆହତ ବିକାଶଙ୍କ ଦାଦା ଯୋଗେନ୍ଦ୍ର ବେହେରା କହିଛନ୍ତି,“ ବିକାଶ  ରାତି ପ୍ରାୟ ୧୧ଟା ସମୟରେ ପରିସ୍ରା ପାଇଁ ଉଠିଥିଲା। ପରିସ୍ରା କରି ଫେରିବା ବେଳେ ୨ ଜଣ ଦୁର୍ବୃତ୍ତ ପଛ ଆଡୁ ଆସି ମୁହଁ ବନ୍ଦ କରି ଛୁରୀରେ ବେକ କାଟି ଦେଇଛନ୍ତି। ସଙ୍ଗେ ସଙ୍ଗେ ତାକୁ ଆମେ ଉମରକୋଟ ଡାକ୍ତରଖାନାକୁ ନେଇଥିଲୁ। ସେଠାରେ ଡାକ୍ତର ନବରଙ୍ଗପୁର ନେବାକୁ କହିଥିଲେ। ଏବେ ସେ ଏଠାରେ ଚିକିତ୍ସିତ ହେଉଛି। ଚାରିଆଡେ ପିଲା ଚୋର ଆତଙ୍କ ଲାଗି ରହିଥିବାରୁ ପିଲାଚୋର ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos