ଫାଟିଗଲା ମୋବାଇଲ୍‌, ଛିଡ଼ିଗଲା ଆଙ୍ଗୁଠି

ବରଗଡ଼ (ଦୀପକ ଶର୍ମା): ମୋବାଇଲ୍‌ ଫୋନ୍‌କୁ ଚାର୍ଜରେ ବସାଉଥିବା ବେଳେ ବ୍ୟାଟେରୀ ଫାଟିଯିବାରୁ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତର ପାପୁଲି କ୍ଷତାକ୍ତ ହୋଇଥିବା ବେଳେ ଗୋଟିଏ ଆଙ୍ଗୁଠି ଛିଡ଼ି ଯାଇଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ହାତୀଖୋଜା ଗାଁରେ ମହେଶ ପ୍ରଧାନ(୧୨) ମୋବାଇଲ୍‌ ଫୋନ୍‌କୁ ଚାର୍ଜରେ ବସାଉ ଥିଲେ। ଏହି ସମୟରେ ହଠାତ୍‌ ମୋବାଇଲ୍‌ଟି ବ୍ଲାଷ୍ଟ୍‌ ହୋଇଯାଇଥିଲା। […]

boy

boy

Rakesh Mallick
  • Published: Friday, 13 July 2018
  • Updated: 13 July 2018, 07:47 AM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ମୋବାଇଲ୍‌ ଫୋନ୍‌କୁ ଚାର୍ଜରେ ବସାଉଥିବା ବେଳେ ବ୍ୟାଟେରୀ ଫାଟିଯିବାରୁ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତର ପାପୁଲି କ୍ଷତାକ୍ତ ହୋଇଥିବା ବେଳେ ଗୋଟିଏ ଆଙ୍ଗୁଠି ଛିଡ଼ି ଯାଇଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ହାତୀଖୋଜା ଗାଁରେ ମହେଶ ପ୍ରଧାନ(୧୨) ମୋବାଇଲ୍‌ ଫୋନ୍‌କୁ ଚାର୍ଜରେ ବସାଉ ଥିଲେ। ଏହି ସମୟରେ ହଠାତ୍‌ ମୋବାଇଲ୍‌ଟି ବ୍ଲାଷ୍ଟ୍‌ ହୋଇଯାଇଥିଲା। ଫଳରେ ତାଙ୍କ ଡାହାଣ ହାତ ପାପୁଲି କ୍ଷତାକ୍ତ ହୋଇଥିଲା। ତାଙ୍କର ତର୍ଜନୀ ଆଙ୍ଗୁଠି ଛିଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos