ମନ ଜିତିନେଲେ ମନମୋହନ, ଦୃଷ୍ଟିବାଧିତ ସୁଜାତାଙ୍କ ଜୀବନରେ ପୁଣି ଭରି ଦେଲେ ସ୍ୱପ୍ନ

ଖୋର୍ଦ୍ଧା (ବଳରାମ ଲେଙ୍କା): ଆଖିରେ ଭରି ରହିଥିଲା ଆଖିଏ ସପନ। ଯେତେବେଳେ ଆଖି ହିଁ ରହିଲାନି, ଚାରିପାଖ ଅନ୍ଧକାର ହୋଇଗଲା, ସେତେବେଳେ ସପନ ବି ଚୁରମାର ହୋଇଗଲା। ଜଣେ ଯୁବତୀଙ୍କର ଚୁନା ହୋଇଯାଇଥିବା ସପନକୁ ପୁଣି ଥରେ ଗୋଟାଇ ତାଙ୍କ ସିନ୍ଥିରେ ସିନ୍ଦୂର ଭରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଯୁବକ ମନମୋହନ ପଟ୍ଟନାୟକ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର କୁଲୁତାପଡ଼ାର ବାସିନ୍ଦା ସୁଜାତା ବଢ଼ାଇ ଜଣେ ଦୃଷ୍ଟିବାଧିତ  ହୋଇଥିବା ବେଳେ ତାଙ୍କ ହାତ ଧରି ଅନ୍ୟମାନଙ୍କ ପାଇଁ […]

marriage

Niharika Rout
  • Published: Tuesday, 14 June 2022
  • , Updated: 14 June 2022, 09:15 AM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଆଖିରେ ଭରି ରହିଥିଲା ଆଖିଏ ସପନ। ଯେତେବେଳେ ଆଖି ହିଁ ରହିଲାନି, ଚାରିପାଖ ଅନ୍ଧକାର ହୋଇଗଲା, ସେତେବେଳେ ସପନ ବି ଚୁରମାର ହୋଇଗଲା। ଜଣେ ଯୁବତୀଙ୍କର ଚୁନା ହୋଇଯାଇଥିବା ସପନକୁ ପୁଣି ଥରେ ଗୋଟାଇ ତାଙ୍କ ସିନ୍ଥିରେ ସିନ୍ଦୂର ଭରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଯୁବକ ମନମୋହନ ପଟ୍ଟନାୟକ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର କୁଲୁତାପଡ଼ାର ବାସିନ୍ଦା ସୁଜାତା ବଢ଼ାଇ ଜଣେ ଦୃଷ୍ଟିବାଧିତ  ହୋଇଥିବା ବେଳେ ତାଙ୍କ ହାତ ଧରି ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଟିଛନ୍ତି ମନମୋହନ।

ଅନ୍ୟ ଯୁବତୀଙ୍କ ପରି ସୁଜାତା ବି ପାଠପଢ଼ା ବେଳେ ସପନ ରାଇଜରେ ବିଚରଣ କରୁଥିଲେ। ପାଠପଢ଼ା ସାରି ହସଖୁସିରେ ସଂସାର ଗଢ଼ିବାକୁ ମନ କରିଥିଲେ। ହେଲେ ସବୁ ସପନ ଚୁରମାର ହୋଇଗଲା ଯେତେବେଳେ ଯୁକ୍ତ ୩ ପରୀକ୍ଷା ପୂର୍ବରୁ ସେ ନିଜ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଏହାପରେ ହଠାତ୍‌ ତାଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା। ପୁଣି ଥରେ ତାଙ୍କ ଜୀବନରେ ହସଖୁସି ଭରିବ ବୋଲି ଆଶା ଛାଡ଼ି ଦେଇଥିଲେ। ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା।

ସୁଜାତା ଯୁକ୍ତ ୩ ପଢିବା ବେଳେ ଏକ ମାଟ୍ରିମୋନିଆଲ ସାଇଟରେ ନିଜ ନାମ ପଞ୍ଜିକୃତ କରାଇଥିଲେ । ପରେ କୌଣସି କାରଣବଶତଃ ନିଜ ଦୃଷ୍ଟିଶକ୍ତି ହରାଇବା ପରେ ବିବାହ କଥା ମନରୁ ପାସୋରି ଦେଇଥିଲେ। ହେଲେ ସେହି ସାଇଟରେ ନିଜ ନାଁ ଦେଇଥିବା ମନମୋହନ ସୁଜାତାଙ୍କ ପ୍ରୋଫାଇଲ ଦେଖି ପସନ୍ଦ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ଯାହା ପରେ ପ୍ରେମର ରୂପ ନେଇଥିଲା।

[caption id="attachment_741553" align="aligncenter" width="650"] ମନମୋହନ ଓ ସୁଜାତା ।[/caption]

ସୁଜାତା ପ୍ରଥମେ ଦୃଷ୍ଟିଶକ୍ତି ହରାଇଥିବା କଥା ମନମୋହନଙ୍କୁ କହି ନ ଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଧୀରେ ଧୀରେ ବଢ଼ିବାରୁ ସୁଜାତା ନିଜ ସମସ୍ୟା ବିଷୟରେ ମନମୋହନଙ୍କୁ କହିଥିଲେ। ସୁଜାତା ଜଣେ ଭିନ୍ନକ୍ଷମ ବୋଲି ଜାଣିବା ସତ୍ତ୍ୱେ ତାଙ୍କ ଜୀବନସାଥୀ ପାଲଟିବାକୁ ଆଗଭର ହୋଇଥିଲେ ମନମୋହନ।  ପ୍ରାୟ ୨ ବର୍ଷ ଉଭୟଙ୍କ ପ୍ରେମ ସମ୍ପର୍କ ଚାଲିବା ପରେ ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିର ସଭାଗୃହରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସୁଜାତା କହିଛନ୍ତି, ସେ ପ୍ରଥମେ ବିବାହ ପ୍ରସ୍ତାବ ଦେଇଥିଲେ। ଏହାପରେ ମୁଁ ମୋର ସତ କଥା ତାଙ୍କୁ କହିଲି। ସବୁ ଜାଣିବା ପରେ ବି ସେ ବିବାହ କରିବାକୁ ରାଜି ହେଲେ।

ମନମୋହନ କହିଛନ୍ତି, ଜଣେ ସଂସାରକୁ ଦେଖି ପାରୁଥିବ, ହେଲେ ହଠାତ୍‌ ସବୁ ଅନ୍ଧକାର ହୋଇଯିବ। ଏଭଳି ସ୍ଥିତିରେ ତା’ର ମାନସିକ ଅବସ୍ଥା କିପରି ହେବ ଓ ସେ କିପରି ଅବହେଳିତ ହୋଇଥିବ, ତାହା ଅନୁଭବ କରିପାରିଲି। ତେଣୁ ତାକୁ ଜୀବନସାଥୀ କରିବାକୁ ସ୍ଥିର କଲି।

Related story