ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଗର୍ଭବତୀ କଲେ: ତା’ପରେ…

Ordigital Desk
  • Published: Thursday, 08 February 2018
  • , Updated: 08 February 2018, 09:58 AM IST
<p>ପାରଳାଖେମୁଣ୍ଡି: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ଓ ଗର୍ଭପାତ କରାଇ ଗାଁରେ ଛାଡ଼ି ଫେରାର ହୋଇଯାଇଥିବା ଅଭିଯୁକ୍ତ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଜପତି ଜିଲ୍ଲା ରାୟଗଡ଼ ପୋଲିସ।&nbsp; ଗିରଫ ଯୁବକ ହେଲେ ରାଜୁ ଗୌଡ଼ ଓ ତାଙ୍କ ଘର ରାୟଗଡ଼ ଥାନା ସୋରଡ଼ା ଗାଁରେ।</p> <p>ରାଜୁ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଗର୍ଭପାତ କରାଇ ଗାଁରେ ଛାଡ଼ି କେଉଁ ଆଡ଼େ ଚାଲି ଯାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ରାୟଗଡ଼ ଥାନାରେ ଏତଲା ଦିଆଯାଇଥିଲା। ପରେ ହାଇଦ୍ରାବାଦରୁ ରାଜୁଙ୍କୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏସ୍&zwnj;ଡିପିଓ ସୂଚନା ଦେଇଛନ୍ତି।</p>

Related story