ଟ୍ରେନ୍‌ରୁ କୋଇଲା ଚୋରି କରୁଥିବା ବେଳେ ଯୁବକ ଗୁରୁତର

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଟ୍ରେନରୁ କୋଇଲା ଚୋରି କରିବାକୁ ଉଦ୍ୟମ କରି ଜଣେ ଯୁବକ ଗୁରୁତର ହୋଇଛନ୍ତି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିବା  ଯୁବକଙ୍କୁ IGH ରାଉରକେଲାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳସ୍ଥିତ ନୂଆପଡାଠାରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ ଠିଆ ହୋଇଥିଲା। ଏହି ସମୟରେ ନୂଆପଡ଼ାର ୪୦ ବର୍ଷୀୟ ଯୁବକ ମେହମୁଦ ଆଲମ  ଠିଆ ହୋଇଥିବା ଟ୍ରେନରେ ଚଢ଼ି କୋଇଲା ଚୋରି କରୁଥିଲେ। ମାତ୍ର ହଠାତ୍‌ ସେ […]

train00

Niharika Rout
  • Published: Tuesday, 10 November 2020
  • , Updated: 10 November 2020, 01:26 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଟ୍ରେନରୁ କୋଇଲା ଚୋରି କରିବାକୁ ଉଦ୍ୟମ କରି ଜଣେ ଯୁବକ ଗୁରୁତର ହୋଇଛନ୍ତି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିବା  ଯୁବକଙ୍କୁ IGH ରାଉରକେଲାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳସ୍ଥିତ ନୂଆପଡାଠାରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ ଠିଆ ହୋଇଥିଲା। ଏହି ସମୟରେ ନୂଆପଡ଼ାର ୪୦ ବର୍ଷୀୟ ଯୁବକ ମେହମୁଦ ଆଲମ  ଠିଆ ହୋଇଥିବା ଟ୍ରେନରେ ଚଢ଼ି କୋଇଲା ଚୋରି କରୁଥିଲେ। ମାତ୍ର ହଠାତ୍‌ ସେ ବିଦ୍ୟୁତ୍  ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ  ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Related story