କୋଇଲା ନୁହେଁ, ଗ୍ୟାସ୍‌ ସଂଯୋଗରେ ଚାଲିଛି ଆଇରନ୍‌

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ସାଧାରଣତଃ ବିଦ୍ୟୁତ୍‌ ସଂଯୋଗ ଦ୍ୱାରା କିମ୍ବା କୋଇଲା ଅଙ୍ଗାର ଦ୍ୱାରା ଲୁଗାପଟା ଆଇରନ୍ କରାଯାଇଥାଏ । ହେଲେ କେବେ ଗ୍ୟାସ ଦ୍ୱାରା ଲୁଗାପଟା ଆଇରନ୍‌ ହେବା ଭାବିଛନ୍ତି। ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ । ଏବେ  ଅଙ୍ଗାର ମିଳିବାରେ ଅସୁବିଧା ଏବଂ ବିଦ୍ୟୁତ ଦେୟ ବୃଦ୍ଧି ଯୋଗୁଁ କୋଇଲାରେ ଆଇରନ୍‌ କରିବା କଷ୍ଟକର ହୋଇପଡୁଛି । ତେଣୁ ଗ୍ୟାସ୍ […]

Iron

Iron

Niharika Rout
  • Published: Tuesday, 09 March 2021
  • Updated: 09 March 2021, 02:32 PM IST

Sports

Latest News

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ସାଧାରଣତଃ ବିଦ୍ୟୁତ୍‌ ସଂଯୋଗ ଦ୍ୱାରା କିମ୍ବା କୋଇଲା ଅଙ୍ଗାର ଦ୍ୱାରା ଲୁଗାପଟା ଆଇରନ୍ କରାଯାଇଥାଏ । ହେଲେ କେବେ ଗ୍ୟାସ ଦ୍ୱାରା ଲୁଗାପଟା ଆଇରନ୍‌ ହେବା ଭାବିଛନ୍ତି। ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ।

ଏବେ  ଅଙ୍ଗାର ମିଳିବାରେ ଅସୁବିଧା ଏବଂ ବିଦ୍ୟୁତ ଦେୟ ବୃଦ୍ଧି ଯୋଗୁଁ କୋଇଲାରେ ଆଇରନ୍‌ କରିବା କଷ୍ଟକର ହୋଇପଡୁଛି । ତେଣୁ ଗ୍ୟାସ୍ ସାହାଯ୍ୟରେ ଆଇରନ କରିବାକୁ ମନସ୍ଥ କରି ଏଭଳି କରୁଥିବା କହିଛନ୍ତି ଆଇରନ ଦୋକାନୀ ପ୍ରସାଦ । ସେପଟେ ଏହାଦ୍ୱାରା ପରିବେଶ ପ୍ରଦୂଷଣ ରୋକାଯାଇପାରିବା ସହ କମ୍ ସମୟରେ ଆଇରନ ମିଳିପାରୁଥିବା କହିଛନ୍ତି ସ୍ଥାନୀୟ ଲୋକ ।

[caption id="attachment_625642" align="aligncenter" width="650"]Iron ଦୋକାନୀଜଣକ ଗ୍ୟାସ୍‌କୁ ସଂଯୋଗ କରି ଆଇରନ୍‌ କରୁଛନ୍ତି।[/caption]

ଏନେଇ ଦୋକାନୀ କହିଛନ୍ତି, ପୂର୍ବରୁ ଅଙ୍ଗାର ମିଳିବାରେ ବହୁ ଅସୁବିଧା ହେଉଥିଲା। ଏହାପରେ ଗ୍ୟାସ ଆଇରନ ବ୍ୟବହାର କରିବାକୁ ସ୍ଥିର କଲି।  ଏବେ ଗ୍ୟାସ ଆଇରନ ବ୍ୟବହାର ଦ୍ୱାରା ଭଲ ଦି ପଇସା ରୋଜଗାର ହେଉଛି। ଗୋଟେ କେଜି ଗ୍ୟାସ୍‌ରେ ପ୍ରାୟ ୨୦ ଘଣ୍ଟା ଆଇରନ୍‌ କରିହେଉଛି। ଫଳରେ ଗୋଟିଏ ସିଲିଣ୍ଡର ପ୍ରାୟ ୧୫ ଦିନରୁ ଅଧିକ ସମୟ ଯାଉଛି। ଅପରପକ୍ଷେ କୋଇଲା ସବୁବେଳେ ସହଜରେ ମିଳୁ ନ ଥିବାରୁ ବହୁ ହଇରାଣ ହେବାକୁ ପଡ଼ୁଥିଲା।  ଫଳରେ ଚିନ୍ତାରୁ ମୁକ୍ତି ମିଳିବା ସହ ଭଲ ଦି ପଇସା ରୋଜଗାର ହେଉଥିବା କହିଛନ୍ତି ପ୍ରସାଦ।

ଆଇରନ୍‌କୁ ଗ୍ୟାସରେ ସଂଯୋଗ କରି ବ୍ୟବହାର କରିବା ଦ୍ୱାରା  ପରିବେଶ ସୁରକ୍ଷା ରହିବ ବୋଲି କହିଛନ୍ତି ଗ୍ରାହକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos