ଅନ୍‌ଲାଇନ୍‌ ଲୁଟ ପରେ ମିଳିଲାନି ନ୍ୟାୟ, ଅଭିଯୋଗକାରୀଙ୍କ ଆତ୍ମାହୂତି ଉଦ୍ୟମ

ଖୋର୍ଦ୍ଧା(ବଳରାମ ଲେଙ୍କା) : ଅନଲାଇନ୍‌ରେ କାଠ କିଣିବାକୁ ଅର୍ଡର କରି ବର୍ଷେ ପୂର୍ବେ ପ୍ରାୟ ୧୭ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ। ଘରୋଇ ବ୍ୟାଙ୍କରୁ ଲୋନ୍‌ ଆଣିଥିବାରୁ ଋଣ ଭାର ଦିନକୁ ଦିନ ବଢ଼ି ଚାଲିଲା। ଏପରି ସ୍ଥିତିରେ ଟଙ୍କା ଫେରି ପାଇବା ପାଇଁ ବାରମ୍ବାର ଏ ଥାନାରୁ ସେ ଥାନାକୁ ଦ୍ୱାରସ୍ଥ ହେବା ସତ୍ତ୍ୱେ ନିରାଶ ହୋଇଥିଲେ। ଏପରିକି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଏସ୍‌ପିଙ୍କ […]

braja-1

braja-1

Niharika Rout
  • Published: Monday, 04 January 2021
  • Updated: 04 January 2021, 02:18 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା) : ଅନଲାଇନ୍‌ରେ କାଠ କିଣିବାକୁ ଅର୍ଡର କରି ବର୍ଷେ ପୂର୍ବେ ପ୍ରାୟ ୧୭ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ। ଘରୋଇ ବ୍ୟାଙ୍କରୁ ଲୋନ୍‌ ଆଣିଥିବାରୁ ଋଣ ଭାର ଦିନକୁ ଦିନ ବଢ଼ି ଚାଲିଲା। ଏପରି ସ୍ଥିତିରେ ଟଙ୍କା ଫେରି ପାଇବା ପାଇଁ ବାରମ୍ବାର ଏ ଥାନାରୁ ସେ ଥାନାକୁ ଦ୍ୱାରସ୍ଥ ହେବା ସତ୍ତ୍ୱେ ନିରାଶ ହୋଇଥିଲେ। ଏପରିକି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ମଧ୍ୟ ନ୍ୟାୟ  ମିଳି ପାରି ନାହିଁ। ଶେଷରେ ସବୁ ଆଡ଼ୁ ନିରାଶ ହେବା ପରେ ଆଜି ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ ବୋଲଗଡ଼ର ବ୍ରଜବନ୍ଧୁ ସାହୁ।

ସୂଚନା ଅନୁଯାୟୀ, ବ୍ରଜବନ୍ଧୁଙ୍କର ବୋଲଗଡ଼ରେ ଏକ ସରକାରୀ କାଠ ଗୋଲା ରହିଛି। ଗତବର୍ଷ ଅନ୍‌ଲାଇନ୍‌ରେ ସେ ପୋଲାଣ୍ଡରୁ କାଠ ମଗାଇଥିଲେ। ଏଥିନିମନ୍ତେ ସେ ଘରୋଇ ବ୍ୟାଙ୍କରୁ ଲୋନ୍‌ କରି ଭିନ୍ନ ଭିନ୍ନ ୪ଟି ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ।

ଅନ୍‌ଲାଇନ୍‌ରେ ଟଙ୍କା ଡିପୋଜିଟ କରିବା ପରେ ପାରଦୀପ ବନ୍ଦରରେ କାଠ ପହଞ୍ଚିବ ବୋଲି ତାଙ୍କୁ ଜଣାଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟରେ ପାରାଦୀପରେ ପହଞ୍ଚିଥିଲେ ମଧ୍ୟ କୌଣସି କାଠ ପହଞ୍ଚି ନ ଥିଲା। ଏନେଇ ସେ ବୋଲଗଡ଼ ଥାନାକୁ ଅବଗତ କରିବା ପରେ ସେମାନଙ୍କ ପରାମର୍ଶ କ୍ରମେ କଟକସ୍ଥିତ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ରେ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଅଭିଯୋଗ କରିଥିଲେ।

ମାତ୍ର ଏନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ବ୍ରଜବନ୍ଧୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆ ଯାଇ ନ ଥିଲେ। ସବୁ ଆଡୁ ନିରାଶ ହେବା ପରେ  ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆତ୍ମାହୁତି ଦେବେ ବୋଲି ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଥିଲେ।  ଏହାପରେ ଆଜି କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରି ନେଇଥିଲେ।

ଏହାପରେ ବ୍ରଜବନ୍ଧୁଙ୍କୁ ଏସ୍‌ପିଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ସେଠାରେ ତାଙ୍କ ଅଭିଯୋଗର ଶୁଣାଣି ଚାଲିଥିବା ଜଣାଯାଇଛି।

ଅପରପକ୍ଷେ,୧୫ ଦିନ ପୂର୍ବେ ଏ ସମ୍ପର୍କରେ ବ୍ରଜବନ୍ଧୁ କହିଥିଲେ, “ଦୀର୍ଘ ୮ ବର୍ଷ ହେଲା ମୁଁ ବୋଲଗଡ଼ରେ ଏକ କାଠ ଡିପୋ କରିଛି। ବାହାର ରାଜ୍ୟରୁ କାଠ କିଣି ଓଡ଼ିଶାରେ ବିକ୍ରି କରେ। ହେଲେ ଏକ ୱେବସାଇଟ୍‌ରୁ କାଠ ପାଇବା ଆଶାରେ ସବୁ କାଗଜପତ୍ର ଦେଲି ଟଙ୍କା ଡିପୋଜିଟ କଲି।  ହେଲେ ଆଉ ଧରାଛୁଆଁ ମିଳି ନ ଥିଲା। କଟକରେ ସାଇବର ଥାନାରେ ଦେଢ ବର୍ଷ ହେବ କେସ୍‌ କରିଛି। ହେଲେ କିଛି ବି ବିଚାର ହେଉନି। ପଇସା ଶୁଝିବାକୁ ବ୍ୟାଙ୍କ ବାରମ୍ବାର ତାଗିଦ କରୁଥିବାରୁ କିଛି ବାଟ ପାଉନି। ତେଣୁ ଟଙ୍କା ଶୁଝି ନ ପାରିଲେ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି। ”

ବ୍ରଜବନ୍ଧୁ ୧୫ ଦିନ ପୂର୍ବେ ଏପରି ଚେତାବନୀ ଦେଇଥିବା ବେଳେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story