ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p><strong>ଭୁବନେଶ୍ୱର:</strong> ଆଜିର ସାମାଜିକ ବ୍ୟବସ୍ଥା ଓ ନୀତି ମିୟମ, ସାଧାରଣ ମଣିଷର ଜୀବନ ଦର୍ଶନକୁ ଉପହାସ କଲା ଭଳି ତିଆରି ହେଉଛି। ଏଠି ଶାସକର ବ୍ୟକ୍ତିଗତ ଇଚ୍ଛା ଗଣତନ୍ତ୍ରରେ ପରିଣତ ହେଉଛି। ‘ଧଡ଼ିରାମ’ ଭଳି ଭଦ୍ରମୁଖା ପିନ୍ଧା ହିଂସ୍ର ଶାସକ ଦ୍ୱାରା ଆଜିର ସାମାଜିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା କବଳିତ ହେଉଛି। ସମାଜର ପ୍ରତ୍ୟେକ ସ୍ଥାନରେ ବର୍ତ୍ତମାନ ଗଣତନ୍ତ୍ର ବଦଳରେ ଏଭଳି ଧଡ଼ି ମାନଙ୍କ ତନ୍ତ୍ର ଚାଲିଛି। ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ପରିବେଷଣ ହୋଇଯାଇଛି, ଉତ୍ତର ପୁରୁଷ ନାଟ୍ୟ କର୍ମଶାଳା। କର୍ମଶାଳାର ଉଦଯାପନୀ ସଂଧ୍ୟାରେ ପରିବେଷିତ ହୋଇଥିଲା ନାଟକ ‘ଧଡ଼ି ରାମାୟଣ’। ଯେଉଁଥିରେ ପ୍ରତିଫଳିତ ହୋଇଥିଲା ସାମ୍ପ୍ରତିକ ସମାଜ ବ୍ୟବସ୍ଥାର ଅନେକ ଚିତ୍ର।</p> <p>ମନୋଜ ମିତ୍ରଙ୍କ ବଙ୍ଗଳା ନାଟକ ‘ଧଡ଼ି ରାମାୟଣ’ର ଓଡ଼ିଆ ରୂପାନ୍ତର କରିଥିଲେ ସୁରେଶ ବଳବନ୍ତରାୟ। ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶନାରେ ନିଶିକାନ୍ତ, ଦୀପନ୍ୱିତ, ରଣେଶ, ଜଗନ୍ନାଥ, ଅମିତ୍, ସୁବାସ, ସ୍ମୃତି, ସାଲବେଗ, ସେବକ, ପ୍ରଭାସ, ରୋହନ, ଜ୍ୟୋତି, ଅମରେନ୍ଦ୍ର, ଅନ୍ତର୍ଯ୍ୟାମୀ, ଅମରଦୀପ, ବିଶ୍ୱଜିତ୍, ଶେଖର, ସତ୍ୟ, ସମ୍ବିତ, ଶେଫାଳି ଓ ଦୀପାଞ୍ଜଳି ପ୍ରମୁଖ ଅଭିନୟ କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।