ଖଟିଆରେ ବୁହା ହେଲେ, ଜଙ୍ଗଲରେ ପ୍ରସବ କଲେ ଗର୍ଭବତୀ

ନବରଙ୍ଗପୁର (ନବଘନବିଶୋୟୀ ) : ପୁଣି ଜନନୀ ଯନ୍ତ୍ରଣା। ଖଟିଆରେ ବୁହା ହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କୁର୍ଷି ପଞ୍ଚାୟତରେ ପୁଣି ଥରେ ଏପରି ଘଟଣା ନଜରକୁ ଆସିଛି। କୁର୍ଷି ପଞ୍ଚାୟତ ଭାଲୁଡ଼ଙ୍ଗରି ଗାଁର ରୀନା ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଭଲ ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ […]

naba-1

Niharika Rout
  • Published: Saturday, 28 December 2019
  • , Updated: 28 December 2019, 07:49 AM IST

ନବରଙ୍ଗପୁର (ନବଘନବିଶୋୟୀ ) : ପୁଣି ଜନନୀ ଯନ୍ତ୍ରଣା। ଖଟିଆରେ ବୁହା ହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କୁର୍ଷି ପଞ୍ଚାୟତରେ ପୁଣି ଥରେ ଏପରି ଘଟଣା ନଜରକୁ ଆସିଛି।

କୁର୍ଷି ପଞ୍ଚାୟତ ଭାଲୁଡ଼ଙ୍ଗରି ଗାଁର ରୀନା ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଭଲ ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଏକ ଖଟିଆରେ ଗର୍ଭବତୀଙ୍କୁ ବୋହି ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରକୁ ଆଣିଥିଲେ।   ହେଲେ ଆଣିବା ବାଟରେ ଜଙ୍ଗଲ ଭିତରେ ମହିଳା ଜଣକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ।

ପ୍ରସବ ପରେ ପରିବାର ଲୋକେ ମହିଳାଙ୍କୁ ଖଟିଆ ଯୋଗେ ପୁଣିଥରେ ନିଜ ଘରକୁ ନେଇଯାଇଥିଲେ । ଏବେ ଉଭୟ ମା’ ଓ ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି ।

Related story