ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ପୂଜକଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସଂଗ୍ରାମ ଦାସ। ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍।
ଗତକାଲି ଅପରାହ୍ଣରେ ଶ୍ରୀମନ୍ଦିର ପରିସରରେ ବାମନ ମନ୍ଦିରରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପୂଜକ ସଂଗ୍ରାମ ଦାସ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ଏହି ଘଟଣା ଲୋକଲୋଚନକୁ ଆସିଛି।
ନାବାଳିକା ଜଣଙ୍କ ଘଟଣା ସଂପର୍କରେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତ ପୂଜକ ସଂଗ୍ରାମ ଦାସକୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେହିପରି ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ କାଉନସେଲିଂ ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହା ପରେ ନାବାଳିକା ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ଚାଲି ଯାଇଥିବା ବେଳେ ଅଭିଯୁକ୍ତ ପୂଜକ ଗିରଫ ହୋଇଛନ୍ତି।
ଶ୍ରୀମନ୍ଦିର ପରିସରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଏହାକୁ ସେବାୟତ ମହଲରେ ନିନ୍ଦା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।