ମାଲକାନଗିରି (ଜିତେନ୍ଦ୍ର ଦେଉରା): ଚୋରି ହୋଇଥିବା ଦେବୀଙ୍କ ମୂର୍ତ୍ତି ଖୋଜିଲା ଲାଠି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ପୁରୁଣାଗୁମାରେ ଏପରି ଘଟଣା ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।
ଗତକାଲି ରାତିରେ ପୁରୁଣାଗୁମାରେ ପ୍ରସିଦ୍ଧ ଭୈରବୀ ପୀଠରୁ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିଲା। ସକାଳେ ଏହି ଘଟଣା ପ୍ରଘଟ ହେବା ପରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପୀଠରେ ପହଞ୍ଚିଥିଲେ ଏବଂ ପୂଜକଙ୍କ କହିବା ଅନୁସାରେ ଚୋର ଧରିବା ପାଇଁ ଏକ ଲାଠିକୁ ପୂଜା କରିଥିଲେ।
ଲାଠିଟିକୁ ପୂଜା କରି ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଗାଁରେ ବୁଲାଇବା ପରେ ଭୈରବୀଙ୍କ ପୀଠରୁ ପ୍ରାୟ ୧୦ କିଲୋମିଟର ଦୂର ଗାଦିପୁଟ ଗାଁରେ ଅଟକିଥିଲା।
ଗାଁରେ ଲାଠିଟି ଜଣଙ୍କ ଘରେ ପଶିଥିଲା ଏବଂ ଆଶ୍ଚର୍ଯ୍ୟର କଥା ଯେ ସେହି ଘରୁ ଖୋଜାଖୋଜି କରିବା ପରେ ଚୋରି ହୋଇଥିବା ଭୈରବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଉତ୍ତେଜିତ ହୋଇ ଗ୍ରାମବାସୀ ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।