୪ ଜିଲ୍ଲାରେ ବୁଲବୁଲ୍ କ୍ଷତି ପରଖିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ବୁଲବୁଲ’ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଆସନ୍ତାକାଲି ୪ଟି ଜିଲ୍ଲାରେ ସ୍ଥିତି ପରଖିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ କ୍ଷୟକ୍ଷତି ଆକଳନ କରିଥିବାବେଳେ ଆସନ୍ତାକାଲି ପୁଣିଥରେ ଭଦ୍ରକ ଜିଲ୍ଲା ସମେତ ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସାହେଲି ଘୋଷ […]

bulbul-land-fall-in-7-to-11-night

Manoranjan Sial
  • Published: Thursday, 14 November 2019
  • , Updated: 14 November 2019, 09:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ବୁଲବୁଲ’ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଆସନ୍ତାକାଲି ୪ଟି ଜିଲ୍ଲାରେ ସ୍ଥିତି ପରଖିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ କ୍ଷୟକ୍ଷତି ଆକଳନ କରିଥିବାବେଳେ ଆସନ୍ତାକାଲି ପୁଣିଥରେ ଭଦ୍ରକ ଜିଲ୍ଲା ସମେତ ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସାହେଲି ଘୋଷ ରୟଙ୍କ ନେତୃତ୍ୱରେ ଆଜି ଅପରାହ୍ନରେ ୭ଜଣିଆ ଟିମ୍ ଭୁବନେଶ୍ୱରରେ ପହଞ୍ôଚବା ପରେ ବିମାନ ଯୋଗେ ଧାମରା ଗସ୍ତ କରିଥିଲେ । ଏହି ଟିମ୍ ଆଜି ଚାନ୍ଦବାଲି ବ୍ଲକରେ କ୍ଷୟକ୍ଷତି ଆକଳନ କରିଥିବାବେଳେ ଆସନ୍ତାକାଲି ୨ଟି ଭାଗରେ ବିଭକ୍ତ ହୋଇ କ୍ଷେତ୍ର ପରିଦର୍ଶନ କରିବେ । ଗୋଟିଏ ଗ୍ରୁପ୍ ପୂର୍ବାହ୍ନରେ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଏବଂ ଅପରାହ୍ନରେ ବାଲେଶ୍ୱରର ଭୋଗରାଇ ବ୍ଲକରେ କ୍ଷୟକ୍ଷତି ଆକଳନ କରିବେ ।

ସେହିପରି ଅନ୍ୟ ଗୋଟିଏ ଗ୍ରୁପ୍ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଓ ଅପରାହ୍ନରେ ଜଗତସିଂହପୁର ବ୍ଲକର କୁଜଙ୍ଗ ଓ ଏରସମା ବ୍ଲକରେ କ୍ଷୟକ୍ଷତି ପରଖିବେ । ଏହାପରେ ଉଭୟ ଟିମ୍ ଭୁବନେଶ୍ୱର ଫେରି ଅପରାହ୍ନ ସାଢ଼େ ୫ଟାରେ ଲୋକସେବା ଭବନରେ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦନା ସିଂଘାଲ, ଦୀନା ନାଥ, ଏସଏସ୍ ମୋଦି, ଅମରିଶ ପାଲ ସିଂ, ବୀରେନ୍ଦ୍ର ସିଂ ଓ ସୁନୀଲ କୁମାର ସାମିଲ ଅଛନ୍ତି । ବୁଲବୁଲ୍ ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Related story