ନାଳରେ ପଡ଼ିଗଲା ଦେଢ ମାସର ହାତୀ ଛୁଆ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କେନାଲ ନାଳରେ ଫସିଗଲା ଏକ ଦେଢ ମାସର ହାତୀ ଛୁଆ। ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଅନ୍ୟ ୨ ହାତୀ ଅକ୍ଳାନ୍ତ ଚେଷ୍ଟା କରିବା ସତ୍ତ୍ୱେ ହାତୀଟି ବାହାରି ପାରି ନ ଥିଲା। ଶେଷରେ ବନ କର୍ମଚାରୀ ପହଞ୍ଚି  ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ  ହାତୀଟି ନିଜ ପଲ ସହ ଜଙ୍ଗଲକୁ ଚାଲି ଯାଇଥିବା ଜଣାଯାଇଛି। ଏପରି ଘଟଣା ଆଜି ସକାଳେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା […]

dkl

Niharika Rout
  • Published: Monday, 05 October 2020
  • , Updated: 05 October 2020, 09:43 AM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କେନାଲ ନାଳରେ ଫସିଗଲା ଏକ ଦେଢ ମାସର ହାତୀ ଛୁଆ। ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଅନ୍ୟ ୨ ହାତୀ ଅକ୍ଳାନ୍ତ ଚେଷ୍ଟା କରିବା ସତ୍ତ୍ୱେ ହାତୀଟି ବାହାରି ପାରି ନ ଥିଲା। ଶେଷରେ ବନ କର୍ମଚାରୀ ପହଞ୍ଚି  ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ  ହାତୀଟି ନିଜ ପଲ ସହ ଜଙ୍ଗଲକୁ ଚାଲି ଯାଇଥିବା ଜଣାଯାଇଛି। ଏପରି ଘଟଣା ଆଜି ସକାଳେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ସେକସନ ଗୁଣୁଦେଇ ଗାଁ ନିକଟରେ ଘଟିଛି।

ଆଜି ସକାଳେ ଏକ ୨୧ଜଣିଆ  ହାତୀ ପଲ ଗୁଣୁଦେଇ ଗାଁ  ଅତିକ୍ରମ କରୁଥିଲେ। ଏହି ସମୟରେ ଛୁଆ ହାତୀଟି ନାଳ ଅତିକ୍ରମ କରିନପାରି ତା’ ଭିତରେ ପଡିଯାଇଥିଲା । ଉଦ୍ଧାର ପାଇଁ  ଅନ୍ୟ ଦୁଇ ହାତୀ ବହୁ ଚେଷ୍ଟା କରିବା ସତ୍ତ୍ୱେ ସଫଳ ହୋଇପାରି ନ ଥିଲେ।

ଖବର ପାଇ ଗଦାଶିଳା ଫରେଷ୍ଟ ସେକ୍ସନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଦୁଇଘଣ୍ଟାର  ପରିଶ୍ରମ ପରେ ବାଲିବସ୍ତା ପକାଯାଇ କେନାଲ ମଧ୍ୟରୁ ହାତୀ ଛୁଆକୁ ଉଦ୍ଧାର କରିଥିଲ। ହାତୀ ଛୁଆଟି ଏବେ ସମ୍ପୁର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡିଛି। ଗୁଣୁଦେଇ ଏବଂ ଗଇଲ ନିକଟରେ ଥିବା ଜଙ୍ଗଲରେ ଏବେ ହାତୀ ପଲ ରହିଛନ୍ତି।

 

Related story