ସବ୍‌ଇନ୍ସପେକ୍ଟରଙ୍କୁ ନେଇଗଲା କରୋନା

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡାରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ। ବଡମାଲ ଥାନା ସବ ଇନିସ୍ପେକ୍ଟର ରାଜ କିଶୋର ସାମଦଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ । ପ୍ରାୟ ୧୫ ଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।  ଆଜି ତାଙ୍କର ମୃତ୍ୟୁ ଘଟିଛି । ସେପଟେ ରାଜ୍ୟରେ ୩୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୩୯୬ ହେଉଛି ଲୋକାଲ୍ କେସ୍। ସେହିପରି ଗତକାଲି ଦିନକରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଖବର ଆସିଛି ।