ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ରା‌ଇରଙ୍ଗପୁର (ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମୁପାଣି ଗାଁରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ଦୁଇ ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ମୃତ ଶିକ୍ଷକ ଜଣଙ୍କ ହେଲେ ସୁକଦେବ ମାରାଣ୍ଡି। ସେ ଝାଡ଼ଖଣ୍ଡ ଡୁମୁରିଆରେ ଶିକ୍ଷକତା କରୁଥିଲେ। ଅଭିଯୁକ୍ତ ମଦନ ମୁର୍ମୁ ଓ ଲାଲ ମୋହନ ମୁର୍ମୁଙ୍କୁ ପୁଲିସ୍ ଗିରଫ କରିଛି। ଅଭିଯୋଗ ଅନୁସାରେ, ଗତକାଲି […]

deadbpodyy

Tapaswini Nayak
  • Published: Tuesday, 11 February 2020
  • , Updated: 11 February 2020, 02:01 PM IST

ରା‌ଇରଙ୍ଗପୁର (ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମୁପାଣି ଗାଁରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ଦୁଇ ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ମୃତ ଶିକ୍ଷକ ଜଣଙ୍କ ହେଲେ ସୁକଦେବ ମାରାଣ୍ଡି। ସେ ଝାଡ଼ଖଣ୍ଡ ଡୁମୁରିଆରେ ଶିକ୍ଷକତା କରୁଥିଲେ। ଅଭିଯୁକ୍ତ ମଦନ ମୁର୍ମୁ ଓ ଲାଲ ମୋହନ ମୁର୍ମୁଙ୍କୁ ପୁଲିସ୍ ଗିରଫ କରିଛି।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ସୁକଦେବ ଓ ତାଙ୍କ ସ୍ତ୍ରୀ ବିଲକୁ ଯାଇଥିଲେ। ଏହି ସମୟରେ ସୁକଦେବଙ୍କୁ ମଦନ ଓ ତାଙ୍କ ପୁଅ ଲାଲ ମୋହନ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ସ୍ତ୍ରୀ ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଜମିଜମାକୁ ନେଇ ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା। ଏହି  ବିବାଦକୁ ନେଇ  ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। 

 

Related story