ଶିକାରୀ ଶିକ୍ଷକ ଗିରଫ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କପିଳାସ ବନାଞ୍ଚଳରେ ଢେଙ୍କାନାଳ ବନବିଭାଗ ଚଢ଼ାଉ କରି ବିଭିନ୍ନ ଜଙ୍ଗଲ ଜନ୍ତୁଙ୍କର ଦେହାବଶେଷ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଶିକ୍ଷକ। ଆଉ ସେ ହିଁ ମୁଖ୍ୟ ଅଭିଯୁକ୍ତ। ତାଙ୍କ ନାଁ ନରେନ୍ଦ୍ର କୁମାର ଗିରି। ସେ କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଷିଆପଦା ଅଞ୍ଚଳର ଜାମୁନାଳିଆ ୟୁପି ସ୍କୁଲରେ ଶିକ୍ଷକ ଅଛନ୍ତି। ଶିକ୍ଷକ ନରେନ୍ଦ୍ରଙ୍କ ସହିତ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଛନ୍ତି। […]

dhenkanal

Jitendra Garnayak
  • Published: Monday, 07 December 2020
  • , Updated: 07 December 2020, 02:24 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କପିଳାସ ବନାଞ୍ଚଳରେ ଢେଙ୍କାନାଳ ବନବିଭାଗ ଚଢ଼ାଉ କରି ବିଭିନ୍ନ ଜଙ୍ଗଲ ଜନ୍ତୁଙ୍କର ଦେହାବଶେଷ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଶିକ୍ଷକ। ଆଉ ସେ ହିଁ ମୁଖ୍ୟ ଅଭିଯୁକ୍ତ। ତାଙ୍କ ନାଁ ନରେନ୍ଦ୍ର କୁମାର ଗିରି। ସେ କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଷିଆପଦା ଅଞ୍ଚଳର ଜାମୁନାଳିଆ ୟୁପି ସ୍କୁଲରେ ଶିକ୍ଷକ ଅଛନ୍ତି।

ଶିକ୍ଷକ ନରେନ୍ଦ୍ରଙ୍କ ସହିତ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ମୁର୍ମୁ ଓ ଲକ୍ଷଣ ମୁର୍ମୁ।

ଏହି ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି କଲରାପତରିଆ ବାଘର ଛାଲ, ହାତୀ ଦାନ୍ତ, ହରିଣର ସିଙ୍ଘ, ଛାଲ, ଦାନ୍ତ, କଇଁଛ ଖପରା ଓ ଭାଲୁ ନଖ ଆଦି ଜବତ କରାଯାଇଛି। ଏହା ସହିତ ଜନ୍ତୁ ଶୀକାରରେ ବ୍ୟବହାର କରାଯାଉଥିବା ଅନେକ ମାରଣାସ୍ତ୍ର ଜବତ କରାଯାଇଛି।

ଗତକାଲି କପିଳାସ ବନାଞ୍ଚଳରୁ ବନବିଭାଗ ବଜ୍ରକାପ୍ତାର କାତି ସହ ହରିଣ ଛାଲ ଜବତ କରିଥିଲା। ଏହା ସହ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୪ଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା।

Related story