ଆଧାର କେନ୍ଦ୍ର ବନ୍ଦ, ପଞ୍ଚାୟତରେ ଖୋଲିବ ସାମୟିକ ଚିିକିତ୍ସା ଶିବିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ ‘କରୋନା ଭାଇରସ’ର ବ୍ୟାପିବାକୁ ରୋକିବା ପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟ ସରକାର ଆଜି ସମସ୍ତ ଆଧାର କେନ୍ଦ୍ରଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଏହାସହିତ ରାଜ୍ୟର ୯୭ଟି ସହରାଞ୍ଚଳ ଓ ୬୭୯୭ଟି ପଞ୍ଚାୟତରେ ସାମୟିକ ଚିକିତ୍ସା ଶିବିର ସ୍ଥାପନ ପାଇଁ ଚିହ୍ନଟ କରାଯାଇଛି। ଆଜି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ଗ୍ରାମାଞ୍ଚଳର ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ […]

aadhar

aadhar

Manoranjan Sial
  • Published: Wednesday, 18 March 2020
  • Updated: 18 March 2020, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ ‘କରୋନା ଭାଇରସ’ର ବ୍ୟାପିବାକୁ ରୋକିବା ପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟ ସରକାର ଆଜି ସମସ୍ତ ଆଧାର କେନ୍ଦ୍ରଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଏହାସହିତ ରାଜ୍ୟର ୯୭ଟି ସହରାଞ୍ଚଳ ଓ ୬୭୯୭ଟି ପଞ୍ଚାୟତରେ ସାମୟିକ ଚିକିତ୍ସା ଶିବିର ସ୍ଥାପନ ପାଇଁ ଚିହ୍ନଟ କରାଯାଇଛି।
ଆଜି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ଗ୍ରାମାଞ୍ଚଳର ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି। ସେହିପରି ସହରାଞ୍ଚଳର ୨୬୨ଟି କୋଠାଘରକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଛି।

ସଂକ୍ରମଣ ଆଶଙ୍କାରେ ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ ଜନଗହଳି ହେଉଥିବା ସ୍ଥାନଗୁଡ଼ିକରେ ସାମାଜିକ ଦ୍ୱରତ୍ୱ ରକ୍ଷା ପାଇଁ ପରାମର୍ଶନାମା ଜାରି ହୋଇଛି। ତୀର୍ଥଯାତ୍ରୀ, ପୂଜକ, ସେବାୟତ, ଅନ୍ୟାନ୍ୟ ସ୍ଥାନ ଯେଉଁଠାରେ ନିରାପତ୍ତା ରକ୍ଷୀମାନେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କୁ ସୁରକ୍ଷା ଦିଆଯିବ। ଏଜେନ୍ସି, ବୋର୍ଡ, ଟ୍ରଷ୍ଟ ଓ ସରକାରୀ ପରିଚାଳନାଧୀନ ସଂସ୍ଥାମାନେ ଏଥିପ୍ରତି ଦୃଷ୍ଟି ଦେବେ।

ସେହିପରି ରାଜ୍ୟ ସରକାର ଆଧାର କେନ୍ଦ୍ରଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଅଯଥା ମାସ୍କ ବ୍ୟବହାର ନକରିବା ଉପରେ ସରକାର ଗୁରୁତ୍ୱ ଦେବା ସହ ଯାହାର ସଂକ୍ରମଣର ସନ୍ଦେହ ରହିଛି ସେମାନେ ହିଁ କେବଳ ଏହାକୁ ଉପଯୋଗ କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟକର୍ମୀମାନେ ହସ୍ପିଟାଲ ଭିତରେ ରହୁଥିବାରୁ ସେମାନେ ମାସ୍କ ବ୍ୟବହାର କରିବା ଉଚିତ୍। ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ସାନିଟାଇଜର, ତେଜରାତି ସାମଗ୍ରୀ, ଔଷଧ ଇତ୍ୟାଦି ହୋର୍ଡିଂ କରି ନରଖିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଛି। ଆଶ୍ରୟ ସ୍ଥଳ, କ୍ରେଚଗୁଡ଼ିକ ତଦାରଖ କରାଯାଉଛି ଓ ଏସବୁକୁ ନିୟମିତ ସଂକ୍ରମଣମୁକ୍ତ କରାଯାଉଛି। ପରିବହନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି। ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନଙ୍କୁ ଘରେ ସେମାନଙ୍କ ଖାଦ୍ୟ ଯୋଗାଇ ଦିଆଯିବ। ଏହାବ୍ୟତୀତ ପଞ୍ଚାୟତରେ ଯେଉଁ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯିବ ସେଠାରେ ଆବଶ୍ୟକ ପରିମାଣର ଜୀବନରକ୍ଷକ ଔଷଧ ସହ ପାରାସିଟାମଲ ଓ ଓଆରଏସ୍ ଉପଲବ୍ଧ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story