ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଳ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଳଦିଆଗଡ଼ା ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ଅନ ଏକ ଟ୍ରକ୍‌ ପଛରୁ ଧକ୍କ ଦେବାଫଳରେ ଜଣେ ଟ୍ରକ୍‌ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବଡନନ୍ଦା ଗାଁର ଟୁନା ମାଝୀ। ଆଜି ସକାଳେ ଏକ ଟ୍ରକ୍‌ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରକ୍‌ ଆସି ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଧକ୍କା […]

accident

  • Published: Friday, 29 July 2022
  • , Updated: 29 July 2022, 01:26 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଳ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଳଦିଆଗଡ଼ା ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ଅନ ଏକ ଟ୍ରକ୍‌ ପଛରୁ ଧକ୍କ ଦେବାଫଳରେ ଜଣେ ଟ୍ରକ୍‌ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବଡନନ୍ଦା ଗାଁର ଟୁନା ମାଝୀ।

ଆଜି ସକାଳେ ଏକ ଟ୍ରକ୍‌ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରକ୍‌ ଆସି ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଟ୍ରକ୍ ଡ୍ରାଇଭର ଟୁନା ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଟୁନାଙ୍କୁ ବାହାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଟୁନାଙ୍କୁ ମୃତ ଘୋଷଣା କରିଥିଲା।   ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ଡ୍ରାଇଭରର କିଛି ହୋଇ ନାହିଁ।

Related story