ବୋଲେରୋକୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌

ରାୟଗଡ଼ା (ମାଉଡ଼ି ବାରିକ): ବୋଲେରୋକୁ ପଛରୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ୍‌। ଫଳରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଘଟିଛି ଏହି ଦୁର୍ଘଟଣା। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ବଡ଼ମାରିଭଟା ଗାଁର ଗୋଟିଏ ପରିବାରର ୭ ଜଣ ଲୋକ ଏହି ବୋଲେରୋରେ ଥିଲେ। ସେମାନେ କାଶୀପୁରରୁ ରାୟଗଡ଼ା ଆସୁଥିଲେ। ଏହି ସମୟରେ ଗୁମ୍ମା ଘାଟିରେ କୋଇଲା […]

Accident1

Jitendra Garnayak
  • Published: Tuesday, 10 May 2022
  • , Updated: 10 May 2022, 05:35 PM IST

ରାୟଗଡ଼ା (ମାଉଡ଼ି ବାରିକ): ବୋଲେରୋକୁ ପଛରୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ୍‌। ଫଳରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଘଟିଛି ଏହି ଦୁର୍ଘଟଣା।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ବଡ଼ମାରିଭଟା ଗାଁର ଗୋଟିଏ ପରିବାରର ୭ ଜଣ ଲୋକ ଏହି ବୋଲେରୋରେ ଥିଲେ। ସେମାନେ କାଶୀପୁରରୁ ରାୟଗଡ଼ା ଆସୁଥିଲେ। ଏହି ସମୟରେ ଗୁମ୍ମା ଘାଟିରେ କୋଇଲା ବୋଝେଇ ଟ୍ରକ୍‌ଟି ବୋଲେରୋଟିକୁ ଧକ୍କା ଦେଇଥିଲା।

[caption id="attachment_733529" align="aligncenter" width="650"] ବୋଲେରୋକୁ ପିଟିବା ପରେ ଓଲଟି ପଡ଼ିଛି ଟ୍ରକ୍[/caption]

ଟ୍ରକ୍ ଧକ୍କାରେ ବୋଲେରୋଟି ଏକ ପ୍ରକାର ଚୁରମାର ହୋଇଯାଇଛି। ସେହିପରି ବୋଲେରୋକୁ ଧକ୍କା ଦେବା ପରେ ଟ୍ରକ୍‌ଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଓ ଏହାର ସମ୍ମୁଖଭାଗ ଚୁରମାର ହୋଇଯାଇଛି।

ଆହତ ୭ ଜଣଙ୍କ ମଧ୍ୟରେ ଉଭୟ ଗାଡ଼ିର ଡ୍ରାଇଭର ଅଛନ୍ତି। ଡ୍ରାଇଭର ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ ଜିତେନ୍ଦ୍ର ନାୟକ ଓ ଶ୍ୟାମଳ ରାଓ। ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story