ଚୌଦ୍ୱାର(ପ୍ରକାଶ କୁମାର ନାୟକ): ବେଆଇନ ଭାବେ ଚାଲଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ଟାଙ୍ଗୀ ପୋଲିସ। ଆଜି ସକାଳେ କଟକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ଦେଇ ଏକ ଗୋରୁ ବୋଝେଇ ଟ୍ରକ ନିଗୁଣ୍ଡୀ ଟୋଲ ଗେଟ୍ ପାର ହେଉଥିଲା। ଏହି ସମୟରେ ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ୭୦ଟି ଗୋରୁ ଥିବା ଦେଖିବାକୁ ପାଇଥିଲେ। ସେଥିମଧ୍ୟରୁ ୧୦ଟି ଗୋରୁଙ୍କ ମୁତ୍ୟୁ ହୋଇଯାଇଥିଲା।
ପୋଲିସ ଟ୍ରକକୁ ଜବତ କରିବା ସହ ଏହି ଗାଡିକୁ ପାଇଲଟିଂ କରି ନେଉଥିବା ଏକ ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରିଛି। ହେଲେ ଗୋରୁ ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ୨ଟି ଗାଡିର ଡ୍ରାଇଭରଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ଗୋରୁ ଗୁଡିକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ କୋଲକାତା ଚାଲଣ ହେଉଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।