ରାଜଧାନୀ ଭୁବନେଶ୍ୱରରେ ଯୌତୁକ ପାଇଁ ନବବଧୂକୁ ହତ୍ୟା, ସ୍ୱାମୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପ୍ରଭାପତି ନାୟକ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ଅଣ୍ଡରାଇ ଗାଁରେ। ଗତ ଏପ୍ରିଲ ୨୮ ତାରିଖରେ ଖଣ୍ଡଗିରି ସ୍ଥିତ ସରକାନ୍ତରାର ଅଞ୍ଚଳର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶଙ୍କୁ ପ୍ରଭାପତି ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ଗତ ରବିବାର ଦିନ ସେ ଶ୍ୱଶୁର ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପ ଘର […]

Marriage

Tapaswini Nayak
  • Published: Tuesday, 31 May 2022
  • , Updated: 31 May 2022, 03:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପ୍ରଭାପତି ନାୟକ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ଅଣ୍ଡରାଇ ଗାଁରେ।

ଗତ ଏପ୍ରିଲ ୨୮ ତାରିଖରେ ଖଣ୍ଡଗିରି ସ୍ଥିତ ସରକାନ୍ତରାର ଅଞ୍ଚଳର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶଙ୍କୁ ପ୍ରଭାପତି ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ଗତ ରବିବାର ଦିନ ସେ ଶ୍ୱଶୁର ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପ ଘର ଲୋକେ ଖବର ପାଇଥିଲେ। ପ୍ରଭାପତିଙ୍କ ବାପ ଘର ଲୋକେ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ତାଙ୍କ ମର ଶରୀରକୁ ଶ୍ମଶାନକୁ ନେଇଯାଇଥିଲେ ଶ୍ୱଶୁର ଘର ଲୋକେ।

[caption id="attachment_738042" align="aligncenter" width="650"] ପ୍ରଭାପତିଙ୍କ ନିର୍ବନ୍ଧ ବେଳର ଫଟୋ[/caption]

ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ପ୍ରଭାପତିଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ମା’ ମାଧବୀ ନାୟକ ଗତକାଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଭାପତିଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ପ୍ରଭାପତିଙ୍କ ସ୍ୱାମୀ ପ୍ରକାଶ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ।

Related story