ମହିଳାଙ୍କ ମୁହଁରେ କଳା ବୋଳି ଲଣ୍ଡା କରିଦେଲେ

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ଲୋନ୍ କରାଇ ଦେବାକୁ କହି ଟଙ୍କା ନେଇ ଠକୁଥିବା ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି ଏକାଧିକ ମହିଳା। ଏମିତିକି ତାଙ୍କ ମୁହଁରେ କଳା ବୋଳିବା ସହ ଲଣ୍ଡା କରି ଦେଇଛନ୍ତି। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ବେଲତଳ ଗାଁରେ। ସୋଶାଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ୍‌ ମଧ୍ୟ ହେଉଛି। ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ ଲୋନ୍‌ କରିଦେବା ପାଇଁ  ୪ଟି […]

Police Station

Tapaswini Nayak
  • Published: Tuesday, 21 September 2021
  • , Updated: 21 September 2021, 01:28 PM IST

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ଲୋନ୍ କରାଇ ଦେବାକୁ କହି ଟଙ୍କା ନେଇ ଠକୁଥିବା ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି ଏକାଧିକ ମହିଳା। ଏମିତିକି ତାଙ୍କ ମୁହଁରେ କଳା ବୋଳିବା ସହ ଲଣ୍ଡା କରି ଦେଇଛନ୍ତି। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ବେଲତଳ ଗାଁରେ। ସୋଶାଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ୍‌ ମଧ୍ୟ ହେଉଛି।

ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ ଲୋନ୍‌ କରିଦେବା ପାଇଁ  ୪ଟି ଗ୍ରୁପର ମହିଳାଙ୍କ ଠାରୁ ୧୨୦୦ ଟଙ୍କା ଲେଖାଏଁ  ନେଇଥିଲେ।  ହେଲେ ଚାରି ମାସ ବିତି ଯାଇଥିଲେ ମଧ୍ୟ ସେ ଲୋନ୍‌ କରାଇ ପାରି ନଥିଲେ। ଗତକାଲି ସେହି ମହିଳାମାନେ ତାଙ୍କୁ ରାସ୍ତା ମଝିରେ ଅଟକାଇ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ସେ ଟଙ୍କା ଦେଇ ନପାରିବାରୁ ତାଙ୍କ ଚୁଟିକୁ ଧରି ଟଣାଓଟରା କରିବା ସହି ମୁହଁରେ କଳା ବୋଳି ଦେଇଥିଲେ। ଏମିତି କି ତାଙ୍କୁ ଲଣ୍ଡା ମଧ୍ୟ କରି ଦେଇଥିଲେ।

ବେଲତଳ ଗ୍ରାମବାସୀ ସଂଯୁକ୍ତା ମାଝୀ  କହିଛନ୍ତି, ଉକ୍ତ ମହିଳା ଜଣଙ୍କ ଲୋନ୍ କରି ଦେବା ପାଇଁ  ପଇସା ନେଇଥିଲେ।  ୪ ମାସ ବିତିଯାଇଥିଲେ  ମଧ୍ୟ ଲୋନ୍ କରାଇ ପାରିଲେ ନାହିଁ। ଏଥିପାଇଁ ୪ଟି ଗ୍ରୁପର ମହିଳାମାନେ ତାଙ୍କୁ ଅଟକ ରଖିଥିଲେ। ପରେ ତାଙ୍କୁ ମାଡ଼ ମାରିବା ସହ ତାଙ୍କୁ ଲଣ୍ଡା କରି ଦେଇଥିଲେ।

ମାଡ଼ ଖାଇଥିବା ମହିଳା ଜଣଙ୍କ କହିଛନ୍ତି, ସେମାନେ ମୋତେ ଲୋନ୍‌ କରାଇ ଦେବାକୁ କହିଥିଲେ। ଏହା ବାବଦକୁ ସେମାନେ ମୋତେ କିଛି ଟଙ୍କା ଦେଇଥିଲେ।  ଲୋନ୍‌ ନ ହୋଇପାରିଲେ ଟଙ୍କା ଫେରସ୍ତ କରି ଦେବି ବୋଲି କହିଥିଲି।  ପୂର୍ବରୁ ସେମାନେ ମୋ ଘର ଆଗରେ ପାଟିତୁଣ୍ଡ କରିଥିଲେ। ତା’ସହିତ ଫୋନ୍‌ରେ ବି ଗାଳିଗୁଲଜ କରିଥିଲେ। ଗତକାଲି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ଓ ମୋତେ ମାଡ଼ ମାରିବା ସହ ମୋ ମୁହଁରେ କଳା ବୋଳି ଦେଇଥିଲେ।

ଏହି ଘଟଣା ନେଇ ପୁଲିସ୍‌ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ କହିଛନ୍ତି।

 

Related story