ରାସ୍ତା ଉପରେ ଚାଲିଗଲା ମା’ପୁଅଙ୍କ ଜୀବନ

ସୋର (ଶଶିକାନ୍ତ ବେହେରା): ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଛି। ସେହିପରି ମହିଳାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ମିଳିନାହିଁ।

ସେମାନେ ସ୍କୁଟିରେ ଯାଉଥିବା ବେଳେ କୌଣସି ଗାଡ଼ି ସେମାନଙ୍କୁ ପିଟି ଚାଲି ଯାଇଥିଲା। ସେମାନେ ଶେରଗଡ଼ ପଟୁ ଭଦ୍ରକ ଆଡ଼କୁ ଯାଉଥିଲେ ବୋଲି ଜଣାପଡ଼ିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।