ମା’ ସହ ଜଳିଗଲେ ଦୁଇ ଶିଶୁକନ୍ୟା

ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁକନ୍ୟା ନିଆଁରେ ଜଳି ଯାଇଛନ୍ତି। ଏ ଘଟଣା ଘଟିଛି ଜିଲ୍ଲାର ଜି.ଉଦୟଗିରି ଥାନା ଅନ୍ତର୍ଗତ ମଗରଗୁଡ଼ା ଗାଁରେ। ସେମାନଙ୍କ ଘରେ ହିଁ ଏହି ଘଟଣା ଘଟିଛି। ମୃତ ମହିଳା ହେଉଛନ୍ତି ଗାଁର ବିମଳ ପ୍ରଧାନଙ୍କ ସ୍ତ୍ରୀ ଝୁଲିମା ପ୍ରଧାନ। ମୃତ ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଦେଢ଼ ବର୍ଷ ହୋଇଥିଲା ଓ ଆଉ ଜଣଙ୍କୁ ୯ ମାସ […]

fire

Jitendra Garnayak
  • Published: Tuesday, 19 February 2019
  • , Updated: 19 February 2019, 02:19 PM IST

ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁକନ୍ୟା ନିଆଁରେ ଜଳି ଯାଇଛନ୍ତି।

ଏ ଘଟଣା ଘଟିଛି ଜିଲ୍ଲାର ଜି.ଉଦୟଗିରି ଥାନା ଅନ୍ତର୍ଗତ ମଗରଗୁଡ଼ା ଗାଁରେ। ସେମାନଙ୍କ ଘରେ ହିଁ ଏହି ଘଟଣା ଘଟିଛି।

ମୃତ ମହିଳା ହେଉଛନ୍ତି ଗାଁର ବିମଳ ପ୍ରଧାନଙ୍କ ସ୍ତ୍ରୀ ଝୁଲିମା ପ୍ରଧାନ।

ମୃତ ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଦେଢ଼ ବର୍ଷ ହୋଇଥିଲା ଓ ଆଉ ଜଣଙ୍କୁ ୯ ମାସ ହୋଇଥିଲା। ବଡ଼ ଝିଅର ନାଁ ସୋନାଲୀ ଓ ସାନ ଝିଅର ନାଁ ରୂପାଲି।

ଆଜି ସକାଳେ ବିମଳ ଘରେ ନଥିବା ବେଳେ ଏ ଘଟଣା ଘଟିଛି। ସେ କାମକୁ ଯାଇଥିଲେ।

ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

 

Related story