ମା’ର ମୃତଦେହ ସହିତ ୩ ଦିନ ରହିଲା ୩ ବର୍ଷର ଝିଅ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରାୟ ତିନି ଦିନ ତଳୁ ମା’ର ମୃତ୍ୟୁ ହୋଇଯାଇଛି। କିନ୍ତୁ ୩ ବର୍ଷର ଝିଅଟି ଜାଣିପାରିନି। ମା’ ଶୋଇଛି ଭାବି ସେ ବି ତା’ପାଖରେ ଶୋଇପଡ଼ୁଥିଲା। ଖାଇବାକୁ ବି ମାଗି ନଥିଲା। ପାଖ ପଡ଼ୋଶୀ ବି ଏ ବିଷୟରେ ଟେର୍ ପାଇ ନଥିଲେ। ଆଜି ଯେତେବେଳେ କୁନି ଝିଅଟି ବାହାରକୁ ଆସି କହିଲା ମା’ ପାଟିରୁ ପୋକ ବାହାରୁଛନ୍ତି, ସେତେବେଳେ ଘଟଣାଟି ଲୋକଲୋଚନକୁ ଆସିଲା। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି […]

House

House

Jitendra Garnayak
  • Published: Monday, 27 December 2021
  • Updated: 27 December 2021, 10:57 AM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରାୟ ତିନି ଦିନ ତଳୁ ମା’ର ମୃତ୍ୟୁ ହୋଇଯାଇଛି। କିନ୍ତୁ ୩ ବର୍ଷର ଝିଅଟି ଜାଣିପାରିନି। ମା’ ଶୋଇଛି ଭାବି ସେ ବି ତା’ପାଖରେ ଶୋଇପଡ଼ୁଥିଲା। ଖାଇବାକୁ ବି ମାଗି ନଥିଲା। ପାଖ ପଡ଼ୋଶୀ ବି ଏ ବିଷୟରେ ଟେର୍ ପାଇ ନଥିଲେ। ଆଜି ଯେତେବେଳେ କୁନି ଝିଅଟି ବାହାରକୁ ଆସି କହିଲା ମା’ ପାଟିରୁ ପୋକ ବାହାରୁଛନ୍ତି, ସେତେବେଳେ ଘଟଣାଟି ଲୋକଲୋଚନକୁ ଆସିଲା। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରର ସାଗରପଡ଼ା ଶିବମନ୍ଦିର ନିକଟରେ।

କୁନି ଝିଅଟି ମା’ର ପାଟିରୁ ପୋକ ବାହରୁଥିବା କହିବା ପରେ ସେମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି ଓ ଅନ୍ୟ କିଛି ପଡ଼ୋଶୀ ଦେଖିବାକୁ ଯାଇଥିଲେ। ସେତେବେଳକୁ ଘର ଭିତରୁ ଗନ୍ଧ ଆସୁଥିଲା। ଏହା ପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ଉକ୍ତ ମହିଳାଙ୍କର କେମିତି ମୃତ୍ୟୁ ହେଲା, ସେ ନେଇ କିଛି ଜଣାପଡ଼ିନି। ଅନୁମାନ କରାଯାଉଛି ତିନି ଦିନ ତଳୁ ତାଙ୍କର ମୃତ୍ୟୁ ହୋଇସାରିଛି। ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ମହିଳାଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ମା’ଝିଅ ପ୍ରାୟ ଦେଢ଼ ବର୍ଷ ତଳେ ଏଠାକୁ ଆସିଥିଲେ। ତାଙ୍କର କେହି ନାହାନ୍ତି ବୋଲି ମହିଳା ଜଣଙ୍କ କହିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ତଡ଼ି ଦେଇଥିବା ସେ କହିଥିଲେ। ସେହିପରି ବାପଘର ଲୋକେ ତାଙ୍କୁ ରଖିଲେନି ବୋଲି କହିଥିଲେ। ତାଙ୍କର ଘରଦ୍ୱାର କିଛି ନଥିଲା। ଆମର ଏଠି ଖାଲି ଘରଟେ ଥିଲା। ସେଠାରେ ରହି ନିଜେ ବଞ୍ଚିବା ସହିତ ତା’ ଛୁଆକୁ ମଣିଷ କରିବ ବୋଲି କହିଥିଲେ। ଏଣୁ ଆମେ ତାକୁ ଏଠି ଆଶ୍ରୟ ଦେଇଥିଲୁ। ସେ ଏଠି ରହୁଥିଲେ। ଆଖପାଖ ଘରେ କାମ କରି ଚଳୁଥିଲେ। ମଝିରେ ତାଙ୍କ ଦେହ ପ୍ରବଳ ଖରାପ ହେଲା। ତା’ପରେ ପୁଣି ବେଳେ ବେଳେ ଦେହ ଖରାପ ହେଉଥିଲା। ଏଣୁ ତିନି ଚାରି ଦିନରେ ଥରେ ସେ ବାହାରକୁ ଆସୁଥିଲେ।

[caption id="attachment_701891" align="aligncenter" width="650"]Child ମୃତ ମହିଳାଙ୍କ ୩ ବର୍ଷର ଶିଶୁକନ୍ୟା[/caption]

ସେ ଆହୁରି କହିଛନ୍ତି, କାଲି ମୁଁ ତାଙ୍କ ଝିଅକୁ ପଚାରିଥିଲି ତା’ ମା’ଙ୍କ ଦେହ କେମିତି ଅଛି। ସେ କହିଲା, ମା’ର ଦେହ ଖରାପ ଅଛି ଓ ସେ ଶୋଇଛି। ଆମେ ବି ଦେଖିଲୁ ଯେ ସେ ଶୋଇଛନ୍ତି। ମହିଳା ଜଣଙ୍କ ଏକା ଥିବାରୁ ଘର ଭିତରକୁ ଯାଇ ଦେଖିବା ଠିକ୍ ମନେ କଲି ନାହିଁ। ଯେତେବେଳେ ଆଜି ସକାଳେ ଝିଅଟି ଆସି ପଡ଼ୋଶୀମାନଙ୍କୁ କହିଲା ଯେ ତା’ ମା’ ପାଟିରୁ ପୋକ ବାହାରୁଛି, ସେତେବେଳେ ଆମେ ସେଠାକୁ ଗଲୁ। ସେଠାରୁ ଗନ୍ଧ ଆସୁଥିଲା। ତା’ପରେ ଆମେ ସଙ୍ଗେ ସଙ୍ଗେ ପୁଲିସ୍‌କୁ ଖବର ଦେଇଥିଲୁ।

ଅନ୍ୟପକ୍ଷରେ ୩ ବର୍ଷର କୁନି ଝିଅଟି ବର୍ତ୍ତମାନ ସୁଦ୍ଧା ଜାଣିନି ଯେ ତା’ ମା’ ଆଉ କେବେ ନିଦରୁ ଉଠିବ ନାହିଁ। ପାଖପଡ଼ୋଶୀ ତାକୁ ରଖିଛନ୍ତି ଓ ଖାଇବାକୁ ଦେଇଛନ୍ତି। ତେବେ ତା’ର ଆଉ କେହି ନଥିବା ଯୋଗୁ ପ୍ରଶାସନ ତା’ କଥା ବୁଝିବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story