କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ବିଷ ପିଇଲେ ମହିଳା ଆଇନଜୀବୀ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଫ୍ୟାମିଲି କୋର୍ଟରେ ଆଜି ଜଣେ ମହିଳା ଆଇନଜୀବୀ ବିଚାରପତିଙ୍କ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ରାଜଶ୍ରୀ ବାରିକ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ରାଜଶ୍ରୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଛି। ୧୩ ବର୍ଷ ହେଲାଣି ଚାଲିଥିବା ଏହି ମାମଲା ଶେଷ ହେଉ ନଥିବାରୁ ସେ ଶେଷରେ ଅତିଷ୍ଠ ହୋଇ କୋର୍ଟରେ ଜଜ୍‌ଙ୍କ […]

lawyer

lawyer

Jitendra Garnayak
  • Published: Wednesday, 11 May 2022
  • Updated: 11 May 2022, 06:58 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଫ୍ୟାମିଲି କୋର୍ଟରେ ଆଜି ଜଣେ ମହିଳା ଆଇନଜୀବୀ ବିଚାରପତିଙ୍କ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ରାଜଶ୍ରୀ ବାରିକ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ରାଜଶ୍ରୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଛି। ୧୩ ବର୍ଷ ହେଲାଣି ଚାଲିଥିବା ଏହି ମାମଲା ଶେଷ ହେଉ ନଥିବାରୁ ସେ ଶେଷରେ ଅତିଷ୍ଠ ହୋଇ କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ। ତା’ ସହିତ ସେ ଜଜ୍‌ଙ୍କ ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଥିବା ମଧ୍ୟ ଜଣାପଡ଼ିଛି। କାରଣ ଏ କଥା ସେ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି।

ଆଜି ବିଚାରପତି ଉଭୟ ପକ୍ଷଙ୍କୁ ଜେରା କରୁଥିବା ବେଳେ ରାଜଶ୍ରୀ ବିଷ ପିଇ ଦେଇଥିଲେ। ରାଜଶ୍ରୀଙ୍କ ଅନ୍ୟ ଓକିଲ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ।

ରାଜଶ୍ରୀ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି- ଗୋଟିଏ ନାରୀ ବିବାହ କରିବା ପାପ। ସ୍ୱାମୀଠାରୁ ଧୋକା ଖାଇବା ନିୟମ। ସୁସ୍ଥ ଭାବରେ ବଞ୍ଚିବାକୁ ଚେଷ୍ଟା କରିବା କ’ଣ ପାପ? ମୁଁ ଦୀର୍ଘ ୧୩ ବର୍ଷ ହେଲା କେସ୍ ଲଢ଼ୁଛି। ସେଥିପାଇଁ ହାକିମଙ୍କୁ ମଧ୍ୟ ବହୁତ କଷ୍ଟ ହେଉଛି। ଏହି କୋର୍ଟକୁ ନ୍ୟାୟ ମାଗିବାକୁ ଆସି ଯଦି ମୋର ଭୁଲ୍ ହୋଇଥାଏ, ତେବେ ମୁଁ ଆଜି ଏହିଠାରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ନିଷ୍ପତ୍ତି କରିଛି। ଆମ୍ଭମାନଙ୍କ ପାଇଁ ନ୍ୟାୟାଳୟ ଖୋଲାଯାଇଛି। ହାକିମମାନଙ୍କ ନିଯୁକ୍ତି ହୋଇଛି। ସେ କଥା ନବୁଝି ଯଦି ହାକିମ ହିଁ ଆକ୍ଷେପ କରିବ, ତେବେ ନ୍ୟାୟ କାହାକୁ ମିଳିବ? ନ୍ୟାୟାଳୟର ବ୍ୟବସ୍ଥା କାହିଁକି କରାଯାଇଛି? ଆଜି ପରେ ଏ କେସ୍ ସରିଯିବ। ହାକିମ ଖୁସିରେ ରୁହନ୍ତୁ।

ରାଜଶ୍ରୀଙ୍କ ଓକିଲ ନିରଞ୍ଜନ ପରିଡ଼ା କହିଛନ୍ତି, “୨୦୧୦ ମସିହାରୁ ତାଙ୍କର (ରାଜଶ୍ରୀଙ୍କର) ମେଣ୍ଟେନାନ୍ସ କେସ୍‌ ପଡ଼ି ରହିଛି। ତାହା ଚାଲି ପାରୁ ନାହିଁ। କେସ୍‌ଟି ଯେମିତି ଢଙ୍ଗରେ ଆଗେଇବା କଥା, ତାହା ହୋଇପାରୁ ନାହିଁ। କିନ୍ତୁ ତାଙ୍କ ସ୍ୱାମୀ ୨୦୧୫ ମସିହାରେ ଯେଉଁ କେସ୍ ଦେଇଛନ୍ତି, ତା’ର ଶୁଣାଣି ଚାଲୁଛି। ହାକିମ ଆଗ୍ରହ ଦେଖାଉଥିବାରୁ ତାଙ୍କ ସ୍ୱାମୀଙ୍କ କେସ୍ ଚାଲିଛି। ସେଇଟା ରାଜଶ୍ରୀଙ୍କୁ କ୍ରୋଧିତ କରିଛି।

ପିଲାମାନଙ୍କ ଚଳିବା ପାଇଁ ତଥା ତାଙ୍କ ଚଳିବା ପାଇଁ ଗୋଟିଏ ନିର୍ଦ୍ଦେଶ ହୋଇଛି। ଏଥିରେ ତାଙ୍କୁ ମାସିକ ୧୦ ହଜାର ଟଙ୍କା ମେଣ୍ଟେନାନ୍ସ ଖର୍ଚ୍ଚ ଦେବାକୁ କୁହାଯାଇଛି। ସେ ଟଙ୍କା କୋର୍ଟ ତରଫରୁ ଆଦାୟ କରାଯିବା କଥା। କିନ୍ତୁ ସେହି ଆଦାୟ ପ୍ରକ୍ରିୟାଟି ଖୁବ୍ ଧିମା ଚାଲିଛି। ଏହା ବି ତାଙ୍କୁ କ୍ରୋଧିତ କରିଛି। ସେହିପରି ହାକିମ ତାଙ୍କୁ ଠିକ୍ ଭାବେ ବ୍ୟବହାର କରୁ ନଥିବା ସେ ମନେ କରୁଛନ୍ତି। ଆଜି ମୋ ଅନୁପସ୍ଥିତିରେ ସେ ନିଜେ ତାଙ୍କ କେସ୍ ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷକୁ କିଛି ପ୍ରଶ୍ନ କରିବାକୁ ଚାହିଁଥିଲେ। ସେତେବେଳେ ହାକିମଙ୍କ ବ୍ୟବହାର ତାଙ୍କୁ ଖରାପ ଲାଗିଥିଲା। ଅନ୍ୟମାନଙ୍କ ସମ୍ମୁଖରେ ସେ ଅପମାନିତ ଅନୁଭବ କରିଥିଲେ।”

ଶ୍ରୀ ପରିଡ଼ା କହିଛନ୍ତି, ଆମେ ଜଜ୍‌ଙ୍କୁ ଦେଖା କରିବାକୁ ଯାଇଥିଲୁ। କିନ୍ତୁ ସେ ନଥିଲେ। ଆମ ବାର୍ ଏବେ ଏହି ମାମଲାରେ ମୁଣ୍ଡ ଖେଳାଇବ। ବାର୍ ସଭାପତି ଓ ସଂପାଦକ ଏହି ମାମଲାକୁ ଗୁରୁତର ସହ ନେଇ ଏଥିରେ ହସ୍ତକ୍ଷେପ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos