ଛତିଶଗଡ଼ରୁ ବୁଲି ଆସିଥିଲେ ପୁରୀ, ଭାସିଗଲେ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ ପର୍ଯ୍ୟଟକ ଜଣଙ୍କ ଯୁବତୀ ହୋଇଥିବା ବେଳେ ତାଙ୍କ ନାମ ମିନାକ୍ଷୀ ନାୟକ । ମିନାକ୍ଷୀ ଛତିଶଗଡ଼ ରାୟଗଡ ଅଞ୍ଚଳର ବୋଲି ଜଣାଯାଇଛି। ମିନାକ୍ଷୀଙ୍କ ସମେତ ୬ ଜଣ ପର୍ଯ୍ୟଟକ ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ପୁରୀର ଏକ ହୋଟେଲରେ ରହୁଥିବା ବେଳେ ଆଜି ସକାଳେ ସମୁଦ୍ର ବୁଲିବାକୁ ଯାଇଥିଲେ। ଦିଗବାରେଣି ଖୁଣ୍ଟି ବେଳାଭୂମିରେ ମିନାକ୍ଷୀ ଓ ଅନ୍ୟମାନେ […]

puri

puri

Niharika Rout
  • Published: Tuesday, 09 August 2022
  • Updated: 09 August 2022, 01:31 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ ପର୍ଯ୍ୟଟକ ଜଣଙ୍କ ଯୁବତୀ ହୋଇଥିବା ବେଳେ ତାଙ୍କ ନାମ ମିନାକ୍ଷୀ ନାୟକ । ମିନାକ୍ଷୀ ଛତିଶଗଡ଼ ରାୟଗଡ ଅଞ୍ଚଳର ବୋଲି ଜଣାଯାଇଛି।

ମିନାକ୍ଷୀଙ୍କ ସମେତ ୬ ଜଣ ପର୍ଯ୍ୟଟକ ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ପୁରୀର ଏକ ହୋଟେଲରେ ରହୁଥିବା ବେଳେ ଆଜି ସକାଳେ ସମୁଦ୍ର ବୁଲିବାକୁ ଯାଇଥିଲେ। ଦିଗବାରେଣି ଖୁଣ୍ଟି ବେଳାଭୂମିରେ ମିନାକ୍ଷୀ ଓ ଅନ୍ୟମାନେ ଗାଧୋଉଥିବା ବେଳେ ୩ ଜଣ ଭାସି ଯାଇଥିଲେ।

ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଦୁଇଜଣଙ୍କୁ ତୁରନ୍ତ ଉଦ୍ଧାର କରିଥିବା ବେଳେ ମିନାକ୍ଷୀ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ବ୍ଲୁ ଫ୍ଲାଗ ସି ବିଚ୍‌ରୁ ମିନାକ୍ଷୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ପୁରୀ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସଂପର୍କରେ ମିନାକ୍ଷୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ସେମାନେ ଛତିଶଗଡ଼ରୁ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

ହଠାତ୍‌ କରେଣ୍ଟ ଆସିବାରୁ ଏପରି ଅଘଟଣ ଘଟିଲା ବୋଲି କହିଛନ୍ତି ଫାୟାର ଷ୍ଟେଶନ ସୁପରଭାଇଜର ଧନଞ୍ଜୟ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଆମେ ବହୁ ପରିଶ୍ରମ କରି ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲୁ। ହେଲେ ଅନ୍ୟ ଜଣେ ଖସିଗଲେ। ତାଙ୍କୁ ବ୍ଲୁ ଫ୍ଲାଗ ବିଚ୍‌ରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲୁ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବ୍ଲୁ ଫ୍ଲାଗ ବିଚ୍‌, ନୀଳାଦ୍ରି ବିଚ୍‌, ସେକ୍ଟର ୧ , ୬ ଓ ଚନ୍ଦ୍ରଭାଗାରେ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଛି। ସମୁଦ୍ରକୁ ନ ଯିବାକୁ ବାରମ୍ବାର ମାଇକ୍‌ ଯୋଗେ ପ୍ରଚାର କରାଯାଉଛି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ଫାୟାର ଷ୍ଟେଶନ ସୁପରଭାଇଜର ଶ୍ରୀ ମଲ୍ଲିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos