ହଷ୍ଟେଲର ପଞ୍ଚମ ମହଲାରୁ ଡେଇଁ ପଡ଼ିଲେ ଯୁବତୀ

ସମ୍ବଲପୁର(ସଞ୍ଜୟ ଜେନା): ଘରୋଇ ଆବାସିକ ସ୍କୁଲ୍ ହଷ୍ଟେଲ ପଞ୍ଚମ ମହଲାରୁ ଡେଇଁ ପଡ଼ିଲେ ଯୁବତୀ। ସମ୍ବଲପୁର ଶାସନ ଥାନା ଅଞ୍ଚଳର ଏକ ହଷ୍ଟେଲରେ ଘଟିଛି ଏହି ଘଟଣା। ୫ ମହଲାରୁ ପଡ଼ି ଯୁବତୀ ଗୁରୁତର ହୋଇଛନ୍ତି। ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ସେ ହଷ୍ଟେଲରେ ହାଉସ କିପିଂ ଷ୍ଟାଫ୍ ଭାବେ କାମ କରୁଥିଲେ। ତାଙ୍କ ନାମ ଅଞ୍ଜଳୀ କୁମ୍ଭାର ଓ ଘର ବଲାଙ୍ଗିରି ଜିଲ୍ଲାରେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, କୌଣସି କାରଣକୁ ନେଇ ଅପରାହ୍ନରେ […]

hostel

  • Published: Monday, 10 October 2022
  • , Updated: 11 October 2022, 08:32 PM IST

ସମ୍ବଲପୁର(ସଞ୍ଜୟ ଜେନା): ଘରୋଇ ଆବାସିକ ସ୍କୁଲ୍ ହଷ୍ଟେଲ ପଞ୍ଚମ ମହଲାରୁ ଡେଇଁ ପଡ଼ିଲେ ଯୁବତୀ। ସମ୍ବଲପୁର ଶାସନ ଥାନା ଅଞ୍ଚଳର ଏକ ହଷ୍ଟେଲରେ ଘଟିଛି ଏହି ଘଟଣା। ୫ ମହଲାରୁ ପଡ଼ି ଯୁବତୀ ଗୁରୁତର ହୋଇଛନ୍ତି। ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ସେ ହଷ୍ଟେଲରେ ହାଉସ କିପିଂ ଷ୍ଟାଫ୍ ଭାବେ କାମ କରୁଥିଲେ। ତାଙ୍କ ନାମ ଅଞ୍ଜଳୀ କୁମ୍ଭାର ଓ ଘର ବଲାଙ୍ଗିରି ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, କୌଣସି କାରଣକୁ ନେଇ ଅପରାହ୍ନରେ ସେ ୫ମ ମହଲାରୁ ଡେଉଁବାକୁ ଉଦ୍ୟମ କରୁଥିଲେ। କିଛି ଲୋକ ଏହା ଦେଖିବା ପରେ ଯୁବତୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ଯୁବତୀ ଜଣକ ୫ମ ମହଲାରୁ ଡେଇଁ ତଳେ ପଡ଼ିବା ପରେ ଗୁରୁତର ହୋଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ କିଛି ବି ସ୍ପଷ୍ଟ କରିନାହାନ୍ତି।

ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଖବରପାଇ ଶାସନ ଥାନା ପୁଲିସ ଆଇଆଇସି ଏବଂ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related story