ମକର ବୁଡ଼ ପକାଇବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ବାରିପଦା(ମାଣିକ ଲାଲ ପାଣି): ମକର ବୁଡ଼ ପକାଇବାକୁ ଯାଇ ଆଜି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ।  ମକର ପର୍ବ ନିମନ୍ତେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଏଭଳି ଏକ ଜଘନ୍ୟ କାଣ୍ଡ ସାମନାକୁ ଆସିଛି।  ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ୨  ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀଜଣକ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ବାହାରିଥିଲେ। ଏହାର ସୁଯୋଗ ନେଇ […]

rape-victim

rape-victim

Niharika Rout
  • Published: Thursday, 14 January 2021
  • Updated: 14 January 2021, 02:29 PM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି): ମକର ବୁଡ଼ ପକାଇବାକୁ ଯାଇ ଆଜି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ।  ମକର ପର୍ବ ନିମନ୍ତେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଏଭଳି ଏକ ଜଘନ୍ୟ କାଣ୍ଡ ସାମନାକୁ ଆସିଛି।  ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ୨  ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀଜଣକ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ବାହାରିଥିଲେ। ଏହାର ସୁଯୋଗ ନେଇ ଉକ୍ତ ସାହିର ୨ ଯୁବକ ତାଙ୍କୁ ପିଛା କରିଥିଲେ। ଏହାପରେ ନଦୀ ପଠାରେ ଯୁବତୀଙ୍କୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରିଥିଲେ। । ମାତ୍ର ଯୁବତୀଜଣକ ଚିତ୍କାର କରିବାରୁ  ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।

ଘରକୁ ଫେରି ଏନେଇ ଯୁବତୀଜଣକ ପରିବାର ଲୋକଙ୍କୁ କହିବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos