ସିଏଏ ନାଗରିକତା ଦେବ, ନେବ ନାହିଁ: ଅମିତ ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ୍‌(ସିଏଏ) ନାଗରିକତା ଦେବ। କିନ୍ତୁ କୌଣସି ନାଗରିକତା ନେବନାହିଁ। କିନ୍ତୁ ବିରୋଧୀମାନେ ସାଧାରଣ ଲୋକଙ୍କୁ ସିଏଏର ପ୍ରକୃତ ଅର୍ଥ ନବୁଝାଇ ଉସ୍‌କାଉଛନ୍ତି। ସିଏଏ ସମର୍ଥନ ସମାବେଶରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ବିରୋଧୀ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହୋଇଥିଲା ସିଏଏ ସପକ୍ଷ ସମାବେଶ। ଏଥିରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ […]

ssssss

ssssss

Manoranjan Sial
  • Published: Friday, 28 February 2020
  • Updated: 28 February 2020, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ୍‌(ସିଏଏ) ନାଗରିକତା ଦେବ। କିନ୍ତୁ କୌଣସି ନାଗରିକତା ନେବନାହିଁ। କିନ୍ତୁ ବିରୋଧୀମାନେ ସାଧାରଣ ଲୋକଙ୍କୁ ସିଏଏର ପ୍ରକୃତ ଅର୍ଥ ନବୁଝାଇ ଉସ୍‌କାଉଛନ୍ତି। ସିଏଏ ସମର୍ଥନ ସମାବେଶରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ବିରୋଧୀ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିଛନ୍ତି।

ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହୋଇଥିଲା ସିଏଏ ସପକ୍ଷ ସମାବେଶ। ଏଥିରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଉଦ୍‌ବୋଧନ ଆରମ୍ଭ କରିଥିଲେ। ସେ କହିଥିଲେ, “ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ବେଳେ ଅନେକ ଥର ଓଡ଼ିଶା ଆସିଛି। ପ୍ରତ୍ୟେକ ଜିଲ୍ଲାକୁ ଯାଇଛି। ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛି। ଗୁଜରାଟ୍‌ ପରେ ଓଡ଼ିଶା ମୋତେ ଦ୍ୱିତୀୟ ଘର ପରି ଲାଗେ। ଏହି ଦୁଇ ରାଜ୍ୟକୁ ଯୋଡ଼ିଛନ୍ତି ମହାପ୍ରଭୁ ଜଗନ୍ନାଥ। ଗୁଜରାଟ ଓ ଓଡ଼ିଶାକୁ ମହାପ୍ରଭୁ ଆଶୀର୍ବାଦ ଦେଇଛନ୍ତି।”

ସେ କହିଥିଲେ, “ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ତାଙ୍କ ଦଳକୁ ୮ଟି ସିଟ୍‌ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ନିର୍ବାଚନରେ ଆମକୁ ୯୧ ଲକ୍ଷ ଭୋଟ୍‌ ମିଳିଥିବା ବେଳେ ବିଜେଡିକୁ ୧.୧ କୋଟି ଭୋଟ୍‌ ମିଳିଥିଲା। ପୂରା ପୂର୍ବ ଭାରତରେ ଭାଜପା ପାଇଁ ମାହୋଲ ବନାଇଥିଲା ଓଡ଼ିଶା। ଆଉ ଗୋଟିଏ ବଡ଼ ଲମ୍ଫ ପ୍ରଦାନ କଲେ ଓଡ଼ିଶାରେ ବିଜେପି ଶୀର୍ଷ ସ୍ଥାନକୁ ଉଠିପାରିବ।”

ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପ ସଂପର୍କରେ ହିସାବ ଦେଇ ଶାହ କହିଥିଲେ, “ରାସ୍ତାଘାଟ ଓ ଆବାସ ଯୋଜନା ୨୦୦୯ରୁ ୧୪ ମଧ୍ୟରେ କଂଗ୍ରେସ ଓଡ଼ିଶାକୁ ୭୯ ହଜାର କୋଟି ଟଙ୍କା ଦେଇଥିଲା। ୨୦୧୪ରୁ ୨୦୧୯ ମଧ୍ୟରେ ମୋଦି ସରକାର ଓଡ଼ିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ୨୦୨୪ ସୁଦ୍ଧା ଓଡ଼ିଶାର ସବୁ ଘରକୁ ନଳରେ ପାନୀୟ ଜଳ ମିଳିବ। କଶ୍ମୀରକୁ ଭାରତର ମୁକୁଟ ବନାଇବାକୁ ମୋଦି ପଦକ୍ଷେପ ନେଇଛନ୍ତି। ସେଥିପାଇଁ ୩୭୦ ଉଚ୍ଛେଦ କରିଛନ୍ତି।”

ପୂର୍ବ ଭାରତ ବିକାଶ ସଂପର୍କରେ ସେ କହିଥିଲେ, “ପୂର୍ବ ଭାରତର ବିକାଶ କରିବା ପାଇଁ କେନ୍ଦ୍ର ସରକାର ୫ ବର୍ଷରେ ଯାହା କରିଛି, କଂଗ୍ରେସ ୫୫ ବର୍ଷରେ ତାହା କରିନାହିଁ। ୫ ବର୍ଷରେ ଓଡ଼ିଶାର ବହୁ ବିକାଶମୂଳକ କାମ କରାଯାଇଛି। କୃଷି ଋଣରେ ବୃଦ୍ଧି, ରେଳ ବଜେଟ୍‌ର ବୃଦ୍ଧି, ଉଜ୍ଜ୍ୱଳା ଯୋଜନାରେ ୪୭ ଲକ୍ଷ ୫୦ ହଜାର ମହିଳାଙ୍କୁ ଗ୍ୟାସ୍‌, ସୌଭାଗ୍ୟ ଯୋଜନାରେ ୨୦ ହଜାର ଗାଁକୁ ବିଜୁଳି ଯୋଗାଣ, ଗରିବ ପରିବାର ପାଇଁ ଜନଔଷଧୀ କେନ୍ଦ୍ର, ଭଦ୍ରକରେ ଟେକ୍ସଟାଇଲ୍‌ ପାର୍କ, ଏସ୍‌ଟି/ଏସ୍‌ସି ଓ ଓବିସି ପାଇଁ ବଜେଟ୍‌, ପାଇକ ସ୍ମାରକୀ ଶିଳାନ୍ୟାସ ଆଦି କରାଯାଇଛି।”

ରାମ ମନ୍ଦିର ଓ ସିଏସଏ କଥା ଉଠାଇ ଶାହ କହିଥିଲେ, ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ। ଅଳ୍ପ କିଛି ଦିନ ମଧ୍ୟରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ କରାଯିବ। ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦି ଭୁଲ୍ କଥା କହୁଛନ୍ତି। ନାଗରିକତା ଚାଲିଯିବା ନେଇ ଅପପ୍ରଚାର କରାଯାଉଛି। ସିଏଏକୁ ନେଇ ସରକାରକୁ ବଦନାମ କରାଯାଉଛି। ବଦନାମକୁ ଭୟ ନକରି ନରେନ୍ଦ୍ର ମୋଦି ସିଏଏ କରାଇଛନ୍ତି। ସଂଖ୍ୟାଲଘୁଙ୍କ ମାନବାଧିକାର ହନନ ହେଉଥିଲା, ଆଉ ହେବନି। ସିଏଏ ଦ୍ୱାରା କୌଣସି ସଂଖ୍ୟାଲଘୁଙ୍କର ନାଗରିକତା ଯିବନି। ପରନ୍ତୁ ସିଏଏ ଦ୍ୱାରା ପ୍ରପୀଡ଼ିତଙ୍କ ନାଗରିକତା ସୁରକ୍ଷିତ ହେବ। ସିଏଏର କୌଣସି ଧାରାରେ ନାଗରିକତା ଯିବାର ଉଲ୍ଲେଖ ନାହିଁ। କଂଗ୍ରେସ ଯିବା ବେଳକୁ ଅର୍ଥନୀତିରେ ଭାରତ ୧୧ ନମ୍ବରରେ ଥିଲା। ମୋଦି ଆସିବା ପରେ ୫ ବର୍ଷରେ ଆମେ ପଞ୍ଚମ ସ୍ଥାନକୁ ଉଠିଛୁ। ଏଠାରେ ନବୀନ ବାବୁଙ୍କ ସରକାର, ଜନମତକୁ ସମ୍ମାନ ଦେଉଛୁ। କେନ୍ଦ୍ର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କୁ ଅନୁରୋଧ କରୁଛୁ।”

ଆଜିର ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ନିଜ ଅଭିଭାଷଣ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story