ବଞ୍ଚିବା ଠିକଣାରେ ମୃତ୍ୟୁର ଅପେକ୍ଷା: ଏମ୍ସର ୬ ମହଲାରୁ ଖସିପଡି ପ୍ରାଣ ହରାଇଲେ ରୋଗୀ

କଟକ: ଆସିଥିଲେ ରୋଗ ଭଲ କରିବାକୁ। ହେଲେ ସେ ଜାଣି ନ ଥିଲେ ଭଲ ହେବା ଆଶା ନେଇ ଯେଉଁଠିକୁ ଆସିଥିଲେ ସେଠାରେ ଆଗରୁ ମୃତ୍ୟୁ ତାଙ୍କ ବାଟ ଚାହିଁ ବସିଥିଲା। ଏପରି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଏମ୍ସରେ। ଚିକିତ୍ସା ପାଇଁ ଆସି ଏମ୍ସର ୬ ମହଲାରୁ ଖସିପଡି ଆଜି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ସୁବାସ ଜେନା। ସୁବାସ ଗତ ଗୁରୁବାର ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି […]

AIIMS

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 09:25 PM IST

କଟକ: ଆସିଥିଲେ ରୋଗ ଭଲ କରିବାକୁ। ହେଲେ ସେ ଜାଣି ନ ଥିଲେ ଭଲ ହେବା ଆଶା ନେଇ ଯେଉଁଠିକୁ ଆସିଥିଲେ ସେଠାରେ ଆଗରୁ ମୃତ୍ୟୁ ତାଙ୍କ ବାଟ ଚାହିଁ ବସିଥିଲା। ଏପରି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଏମ୍ସରେ। ଚିକିତ୍ସା ପାଇଁ ଆସି ଏମ୍ସର ୬ ମହଲାରୁ ଖସିପଡି ଆଜି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ସୁବାସ ଜେନା।

ସୁବାସ ଗତ ଗୁରୁବାର ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସୁବାସ ଷଷ୍ଠ ମହଲାର ଏମ୍‌-୨୧ ବେଡରେ ରହି ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ସେ ଉକ୍ତ ମହଲାରୁ ଡେଇଁ ପଡି ଆତ୍ମହତ୍ୟା କରିଥିଲେ।

ଖବର ପାଇ ପୋଲିସ ଏମ୍ସକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story