ଜୀବନରେ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଛି ଭିନ୍ନକ୍ଷମ ଆରତି

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଜୀବନ ଥାଇ ବି ବଞ୍ଚିବାର କିଛି ମାନେ ନାହିଁ। ପିଲାଟି ବେଳୁ ବାପା ମା’କୁ ହରାଇ ପିଉସା ପିଉସୀଙ୍କ ଠାରେ ରହି ବଡ଼ ହୋଇଥିବା ପିଲାଟି ଆଜି ଏକା। ଏବେ ସାରା ଜୀବନ ଅନାଥ ହୋଇ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି। ସାହାରା ବୋଲି ପାଖରେ କେହି ନାହାନ୍ତି। କିଏ ବୁଝିବ ଏ ଅନାଥର ଦୁଃଖ। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଟୋକାଗଣ୍ଡାରେ ରହୁଥିବା ଆରତି ନାୟକର କଥା। […]

bhanja

Ranjit Kumar Jena
  • Published: Thursday, 04 June 2020
  • , Updated: 05 June 2020, 07:46 AM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଜୀବନ ଥାଇ ବି ବଞ୍ଚିବାର କିଛି ମାନେ ନାହିଁ। ପିଲାଟି ବେଳୁ ବାପା ମା'କୁ ହରାଇ ପିଉସା ପିଉସୀଙ୍କ ଠାରେ ରହି ବଡ଼ ହୋଇଥିବା ପିଲାଟି ଆଜି ଏକା। ଏବେ ସାରା ଜୀବନ ଅନାଥ ହୋଇ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି। ସାହାରା ବୋଲି ପାଖରେ କେହି ନାହାନ୍ତି। କିଏ ବୁଝିବ ଏ ଅନାଥର ଦୁଃଖ।

ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଟୋକାଗଣ୍ଡାରେ ରହୁଥିବା ଆରତି ନାୟକର କଥା। ସେ ଜନ୍ମ ହେବାର ମାତ୍ର ୭ମାସ ପରେ ମା' ଚାଲିଗଲା। ୬ ବର୍ଷ ପରେ ବାପା ମଧ୍ୟ ଚାଲିଗଲେ ଏବଂ ପିଉସୀ ନିଜ ଝିଅ ଭାଳି ପାଳନ ପୋଷଣା କରିଥିଲା। ହେଲେ ଏବେ ଦୁଇ ବର୍ଷ ହେଲା ଉଭୟ ପିଉସା ଓ ପିଉସୀ ମଧ୍ୟ ଆରପାରିକୁ ଚାଲିଗଲେ।

ଏବେ ଆରତିର ଦେଖାଶୁଣା କରିବାକୁ ପାଖରେ କେହିନାହଁନ୍ତି। ଗୋଟେ ବଖରା ଭଙ୍ଗା ଘରେ ବିତୁଛି ଜୀବନ। କଥା ବି କହି ପାରୁନି। ଜନ୍ମରୁ ଅପସ୍ମାର ରୋଗରେ ପୀଡିତ। କେତେବେଳେ ମୂର୍ଚ୍ଛା ହୋଇଯାଉଛି ତ କେତେବେଳେ ପାଗଳିଙ୍କ ଭଳି ଆଚରଣ ଦେଖାଉଛି। ଯେତେ ଯାହା ହେଲେ ବି ନିଜେ ଦୁଇମୁଠା ହାତରେ ଖାଉଛି। ପିଇବା ପାଇଁ ପାଣି ନିଜେ ଆଣୁଛି।

ସେପଟେ ସାହିପଡ଼ିଶା ଯିଏ ଯାହା ଦେଲା ଖାଇକି ଶୋଉଛି ନ ହେଲେ ସେମିତି ଶୋଇ ପଡୁଛି। ପାଖରେ କେହି ନଥିବାରୁ ଆରତିର ଚିକିତ୍ସା ବି ହୋଇପାରୁନି। ଗ୍ରାମବାସୀଙ୍କ ମତରେ, ସେ ନିଜର ଯତ୍ନ ନେଇପାରୁନି, ଆମେ ସମସ୍ତେ ନିଜ ପରିବାର କାମରେ ବ୍ୟସ୍ତ। କୁଲି ମଜୁରୀ କଲେ ଆମ ପରିବାର ଚାଲୁଅଛି। ଆମେ ତାର ଦାୟିତ୍ଵ ନେଇ ପାରୁନୁ ଯଦି ସରକାର ତାକୁ କୋଉ ଅନାଥ ଆଶ୍ରମ ରଖିବେ। ନହେଲେ କୌଣସି ପାଗଳ ଡାକ୍ତରଖାନାରେ ନେଇ ଚିକିତ୍ସା ଯଦି କରନ୍ତି ତାହେଲେ ଆରତୀ ଭଲ ହୋଇପାରନ୍ତା ଏବଂ ପୁଣିଥରେ ଆରତି ସୁନ୍ଦର ଜୀବନ ପାଇ ପାରନ୍ତା।

Related story