ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲା ରେହମାନ

କଟକ: ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ କଡ଼ା ସୁରକ୍ଷା ମଧ୍ୟରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ହାଜର କରିଛି। ଜଗତପୁର ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ଓ ଟାଙ୍ଗିରେ ବେଆଇନ ମନ୍ଦ୍ରାସା ଚଳାଇବା ନେଇ  ଶୁଣାଣି ହେବ। ଏହାସହିତ ଏସ୍‌ଟିଏଫ୍‌ ୫୭୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିବ।

ଗତକାଲି ରେହମାନକୁ ଦିଲ୍ଲୀର ତିହାର ଜେଲରୁ କଟକ ଅଣାଯାଇ ମାଲଗୋଦାମ ଥାନା ପୋଲିସ ହେପାଜତରେ ରଖାଯାଇଥିଲା।

ଏହା ପୂର୍ବରୁ ଗତ ୨୯ରେ ମଧ୍ୟ ହାଜର ପାଇଁ ରେହମାନକୁ ସାଲେପୁର ଅଣାଯାଇଥିଲା ତେବେ ବିଚାରପତିଙ୍କ ଅନୁପସ୍ଥିତି କାରଣରୁ ଶୁଣାଣି ହୋଇପାରିନଥିଲା।