କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜାଲକଣା ଗାଁରେ ୩୩ଟି ପରିବାରର ୫୦ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇ ସମେତ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସ୍ଥାନୀୟ ବାସିନ୍ଦା ଅଜୟ ପ୍ରଧାନଙ୍କ ପାଳ ଗଦାରେ ନିଆଁ ଲାଗି ପୂରା ଗାଁକୁ ବ୍ୟାପି ଯାଇଥିଲା ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଘରର ଆସବାବପତ୍ରଠୁ ଆରମ୍ଭ କରି ଧାନ, ମୁଗ, ବିରି ଓ ସୁନା ରୁପା ସବୁ ପୋଡ଼ି ପାଉଁଶ ହୋଇଯାଇଛି।
ସ୍ଥାନୀୟ ତହସିଲଦାର ,ବିଡ଼ିଓ ଓ ରାଜନୈତିକ ବ୍ୟକ୍ତିବିଶେଷ ପହଞ୍ଚି ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ସମବେଦନା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦାଦନ ସର୍ଦ୍ଦାରର ଦବଙ୍ଗଗିରି; ଶ୍ରମିକଙ୍କୁ କିଡ୍ନାପ କରି ନେଇ ନିର୍ଧୂମ ଛେଚିଲେ
ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।
Politics
ଶ୍ରୀଜିଉଙ୍କୁ ଦର୍ଶନ କଲେ ରଘୁବର ଦାସ, କହିଲେ - ଦଳ ଯେଉଁ ଦାୟିତ୍ୱ ଦେବ ନିର୍ବାହ କରିବି
ଗତକାଲି ହଠାତ୍ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।
Weather
ଆହୁରି ୨୪ ଘଣ୍ଟା ବର୍ଷିବ
ଆଜି ସକାଳେ ଟ୍ୱିନ୍ ସିଟି ସମେତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି।
Miscellaneous
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପରଲୋକ
କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।
Miscellaneous
ଭରତପୁର ଥାନା ପ୍ରସଙ୍ଗ: ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ସାରିବାକୁ ନିର୍ଦ୍ଦେଶ
ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇ ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।