ଏବିଭିପିର ଛାତ୍ର ସମାବେଶ ସେପ୍ଟେମ୍ବର ୧୧ରେ

କଟକ: ରାଜ୍ୟର ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା ବ୍ୟବସ୍ଥା ତଥା ଏହାର ସ୍ତାଣୁତା ବିରୋଧରେ ସେପ୍ଟେମ୍ୱର ୧୧ରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ହେବ ବୋଲି ସୋମବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏବିଭିପି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଜିଲ୍ଲାରୁ ଦଶ ହଜାର ଛାତ୍ରଛାତ୍ରୀ ବିଧାନସଭା ସମ୍ମୁଖ ଲୋୟର ପିଏମଜି ଠାରେ ଏହି ସମାବେଶରେ ଯୋଗଦେବେ ବୋଲି ଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି।ଏହି ସମାବେଶରେ ଏବିଭିପିର ରାଷ୍ଟ୍ରୀୟ  ସମ୍ପାଦକ ଶ୍ରୀହରି ବୋରିକର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶ […]

abvp

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 04:53 AM IST

କଟକ: ରାଜ୍ୟର ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା ବ୍ୟବସ୍ଥା ତଥା ଏହାର ସ୍ତାଣୁତା ବିରୋଧରେ ସେପ୍ଟେମ୍ୱର ୧୧ରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ହେବ ବୋଲି ସୋମବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏବିଭିପି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଜିଲ୍ଲାରୁ ଦଶ ହଜାର ଛାତ୍ରଛାତ୍ରୀ ବିଧାନସଭା ସମ୍ମୁଖ ଲୋୟର ପିଏମଜି ଠାରେ ଏହି ସମାବେଶରେ ଯୋଗଦେବେ ବୋଲି ଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି।ଏହି ସମାବେଶରେ ଏବିଭିପିର ରାଷ୍ଟ୍ରୀୟ  ସମ୍ପାଦକ ଶ୍ରୀହରି ବୋରିକର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶ ଶେଷରେ ଶିକ୍ଷା ସମସ୍ୟା ସମ୍ପର୍କିତ ୧୨ଦଫା ଦାବି ସମ୍ୱଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ  ପ୍ରଦାନ କରିବାକୁ ସ୍ଥିର ହୋଇଛି।

Related story