ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ଏବିଭିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ରସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ କୁହାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ଏବିଭିପି ପୁରୀ ବିଭାଗ ସାଂଗଠନିକ ସମ୍ପାଦକ ଅଭିଳାଷ ପଣ୍ଡା। ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ରାଜନୀତିରୁ ହିଁ ଆସିଥିବା ପ୍ରସଙ୍ଗ ସେ ଉଠାଇବା ସହ ସେ କହିଛନ୍ତି ଶାସକ ଦଳ ବିଜେଡି […]

abvp

abvp

Subrat Kumar Nayak
  • Published: Friday, 23 August 2019
  • Updated: 23 August 2019, 12:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ରସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ କୁହାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତିକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ଏବିଭିପି ପୁରୀ ବିଭାଗ ସାଂଗଠନିକ ସମ୍ପାଦକ ଅଭିଳାଷ ପଣ୍ଡା। ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ରାଜନୀତିରୁ ହିଁ ଆସିଥିବା ପ୍ରସଙ୍ଗ ସେ ଉଠାଇବା ସହ ସେ କହିଛନ୍ତି ଶାସକ ଦଳ ବିଜେଡି ନିଜର ସାଂଗଠନିକ ଦୁର୍ବଳତା ପଦାରେ ପଡ଼ୁ ବୋଲି ଚାହୁଁନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସେ ଆହୁରି ମଧ୍ୟ ବିଜେଡିର ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ମୁହଁ ଖୋଲିବାକୁ ଆହ୍ୱାନ କରିଛନ୍ତି।

ଏବିଭିପି ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ଏ ସମ୍ପର୍କରେ କହିଛନ୍ତି, “ଗତବର୍ଷ ଭଳି ଚଳିତବର୍ଷ ବି ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନକୁ ବାତିଲ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରସଂସଦ ନିର୍ବାଚନକୁ ବାତିଲ କରାଯିବାକୁ ଏବିଭିପି ଦୃଢ଼ ନିନ୍ଦା କରୁଛି। ଦଳୀୟ ଗୋଷ୍ଠୀକନ୍ଦଳକୁ ଲୁଚାଇବା ପାଇଁ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଜାଣିଶୁଣି ଛାତ୍ରସଂସଦ ନିର୍ବାଚନକୁ ବାତିଲ କରିବା ଦୁର୍ଭାଗ୍ୟଜନକ। ଗତବର୍ଷ ‘ତିତଲି’ ବାତ୍ୟାର ଆଳ ଦେଖାଇଥିଲେ ଏଥର ନିଜର ପ୍ରାର୍ଥୀ ହାରିଯିବା ଭୟରେ ଶାସକ ବିଜେଡି ଏଭଳି ନିଷ୍ପତ୍ତି ନେଇଛି। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଛାତ୍ରଛାତ୍ରୀଙ୍କନେତୃତ୍ୱ ବିକାଶର ମାଧ୍ୟମ ଛାତ୍ରସଂସଦ ନିର୍ବାଚନକୁ ବାତିଲ୍ କରି ଗଣତନ୍ତ୍ର ଉପରେ ରାଜ୍ୟ ସରକାର ଶକ୍ତ ପ୍ରହାର କରିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, ଶାସକ ବିଜେଡିର ଗୁଣ୍ଡାମାନେ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଏବିଭିପିର ଛାତ୍ରନେତାମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଚାଲିଛନ୍ତି। ସମଗ୍ର ରାଜ୍ୟରେ ଶିକ୍ଷାବ୍ୟବସ୍ଥା ଦୟନୀୟ ସ୍ଥିତି ଯୋଗୁ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ପରାଜିତ ହେବା ସୁନିଶ୍ଚିତ। ତେଣୁ ଏହାର ଆଭାସ ପାଇଁ ଭୟଭୀତ ହୋଇ ଚତୁରତା ସହ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଏବିଭିପି ତୀବ୍ର ବିରୋଧ କରୁଛି।

ରାଜ୍ୟ ସରକାର ତୁରନ୍ତ ଛାତ୍ରସଂସଦ ନିର୍ବାଚନ ବାତିଲ୍ କରିବା ନିଷ୍ପତ୍ତିର ପୁନର୍ବିଚାର ନକଲେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ଆକ୍ରୋଶର ଶୀକାର ହେବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story