ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି

ଜୟପୁର (ଟି. ଗୌରି ଶଙ୍କର): କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ଗୁରୁମାଈଗୁଡ଼ା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ମହିଳା ବୋଲି ଜଣାପଡ଼ିଛି। ସେମାନେ ହେଲେ ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଓ  ତୁଳସା ଜାନୀ। ଆହତ ୨୦ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। […]

uuuuuuuuuuuuuuuu000

Tapaswini Nayak
  • Published: Wednesday, 03 June 2020
  • , Updated: 03 June 2020, 05:09 PM IST

ଜୟପୁର (ଟି. ଗୌରି ଶଙ୍କର): କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ଗୁରୁମାଈଗୁଡ଼ା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ମହିଳା ବୋଲି ଜଣାପଡ଼ିଛି। ସେମାନେ ହେଲେ ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଓ  ତୁଳସା ଜାନୀ। ଆହତ ୨୦ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୬ଜଣଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ବରଯାତ୍ରୀ ଗାଡ଼ିଟି ବୋରିଗୁମ୍ମାରୁ ନବରଙ୍ଗପୁର ଯାଉଥିବା ବେଳେ ଗୁରୁମାଈଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଗାଡ଼ିରେ ୫୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

 

Related story