ନିର୍ମାଣାଧୀନ ଓଭରବ୍ରିଜ୍‌ରୁ ଖସିପଡ଼ିଲା ବିମ୍

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସ୍ଥିତ ଶୋଭରାମପୁର ନିକଟରେ ରେଲୱେ ଓଭରବ୍ରିଜର ନିର୍ମାଣ କାମ ଚାଲିଥିବା ବେଳେ ଏକ ବିମ୍‌ ଖସି ପଡ଼ିଛି।  ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ବିମ୍‌ଟି ରେଳ ଧାରଣାରେ ପଡ଼ିଛି। ତା’ସହିତ ଏହା ଖସି ପଡ଼ିବା ଯୋଗୁ ରେଲୱେର ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିବାରୁ ବାଲେଶ୍ୱର ଦେଇ ରେଳ ଚଳାଚଳ ବ୍ୟାହତ ହୋଇଛି। ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କିଛି ସମୟ ପାଇଁ ଉକ୍ତ ଏହି ରୁଟ୍ ଦେଇ […]

baleawar

baleawar

Jyoshna Pradhan
  • Published: Sunday, 29 December 2019
  • Updated: 29 December 2019, 02:31 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସ୍ଥିତ ଶୋଭରାମପୁର ନିକଟରେ ରେଲୱେ ଓଭରବ୍ରିଜର ନିର୍ମାଣ କାମ ଚାଲିଥିବା ବେଳେ ଏକ ବିମ୍‌ ଖସି ପଡ଼ିଛି।  ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ବିମ୍‌ଟି ରେଳ ଧାରଣାରେ ପଡ଼ିଛି। ତା’ସହିତ ଏହା ଖସି ପଡ଼ିବା ଯୋଗୁ ରେଲୱେର ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିବାରୁ ବାଲେଶ୍ୱର ଦେଇ ରେଳ ଚଳାଚଳ ବ୍ୟାହତ ହୋଇଛି।

ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କିଛି ସମୟ ପାଇଁ ଉକ୍ତ ଏହି ରୁଟ୍ ଦେଇ ରେଳ ଚଳାଚଳ ବନ୍ଦ କରାଯାଇଛି। ଏହି ବ୍ରିଜ୍ କେଉଁ କଂପାନୀ ତିଆରି କରୁଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି। କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ସେନେଇ ତଦନ୍ତ ଜାରି ରହିଛି।

ଦକ୍ଷିଣ ପୂର୍ବ ରେଳପଥର ଡିଭିଜନାଲ୍ ଟ୍ରାଫିକ୍‌ ଇନ୍ସପେକ୍ଟର ଏ. କେ. ଖୁଣ୍ଟିଆ କହିଛନ୍ତି, “ବିମ୍‌ଟି କେଉଁ କାରଣରୁ ପଡ଼ିଲା ତଦନ୍ତ ପରେ ଜଣାପଡ଼ିବ। ଏହି ରୁଟ୍‌ରେ ରେଳ ଚଳାଚଳକୁ ଖୁବଶୀଘ୍ର ସ୍ୱାଭାବିକ କରିବା ପାଇଁ ଆମେ ଚେଷ୍ଟା କରୁଛୁ। କୌଣସି ଟ୍ରେନ୍‌ ବାତିଲ କରାଯାଇ ନାହିଁ। ଟ୍ରେନ୍‌ ଆସିବାରେ ବିଳମ୍ୱ ହେବ।”

ସେ ଆହୁରି କହିଛନ୍ତି, “୬ଟି ବିମ୍‌ ଲାଗିଥିଲା। ସେଥିରୁ ଗୋଟିଏ ପଡ଼ିଗଲା। ତେବେ ସବୁ ବିମ୍‌କୁ ବାହାର କରିଦିଆଯିବ। ବ୍ରିଜ୍‌ର କାମ ହେଉଥିଲା। କାମ ସଂପୂର୍ଣ୍ଣ ହେବା ପୂର୍ବରୁ ବିମ୍ ପଡ଼ିଗଲା। ରେଳ ଧାରଣାର ବିଶେଷ କିଛି କ୍ଷତି ହୋଇନାହିଁ। ଏଥିସହ କେହି ଆହତ ମଧ୍ୟ ହୋଇ ନାହାନ୍ତି।”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos