ବ୍ଲାକ୍‌ ସ୍ପଟରେ ଅଘଟଣ; ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାରିପଦା(ମାଣିକ ଲାଲ ପାଣି): ପୁଣି ଥରେ ବ୍ଲାକ୍‌ ସ୍ପଟରେ ଘଟିଲା ଅଘଟଣ । ଏକ ବୋଲେରୋ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌। ଫଳରେ ୬ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ସକାଳେ ଘଟିଛି। ବୋଲେରୋଟି ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳର ହୋଇଥିବା ବେଳେ ଆଜି ସକାଳୁ ସେମାନେ ଘାଟି ରାସ୍ତା ଦେଇ ଜାମସେଦପୁର ଅଭିମୁଖେ ଯାଉଥିଲେ । ୪୯ ନଂ ଜାତୀୟ ରାଜପଥ […]

accident

accident

Niharika Rout
  • Published: Wednesday, 20 July 2022
  • Updated: 20 July 2022, 09:34 AM IST

ବାରିପଦା(ମାଣିକ ଲାଲ ପାଣି): ପୁଣି ଥରେ ବ୍ଲାକ୍‌ ସ୍ପଟରେ ଘଟିଲା ଅଘଟଣ । ଏକ ବୋଲେରୋ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌। ଫଳରେ ୬ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ସକାଳେ ଘଟିଛି।

ବୋଲେରୋଟି ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳର ହୋଇଥିବା ବେଳେ ଆଜି ସକାଳୁ ସେମାନେ ଘାଟି ରାସ୍ତା ଦେଇ ଜାମସେଦପୁର ଅଭିମୁଖେ ଯାଉଥିଲେ । ୪୯ ନଂ ଜାତୀୟ ରାଜପଥ ର ବାଙ୍ଗିରିପୋଷି ଘାଟି ରାସ୍ତା ରେ ବୋଲେରୋଟି  ଘାଟି ଉଠୁଥିବା ବେଳେ ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ଘାଟି ତଳକୁ ଓହ୍ଲାଉଥିଲା ।

ଏହି ସମୟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ବୋଲେରୋ ଉପରେ ଓଲଟି ପଡ଼ିଥିଲା।  ଫଳରେ ବୋଲେରୋ ଗାଡ଼ିରେ ଥିବା ଚାରିଜଣଙ୍କ ସମେତ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋଲେରୋର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନା ଏବଂ ପରେ ଗୁରୁତର ଦୁଇ ଜଣଙ୍କୁ ବାରିପଦା ମେଡିକାଲ କଲେଜକୁ ପଠାଇ ଦିଆଯାଇଛି।

ବାଙ୍ଗିରିପୋଷି ଘାଟି ଏକ ବ୍ଲାକ ସ୍ପଟରେ ପରିଣତ ହୋଇସାରିଥିବା ବେଳେ ଏଠାରେ ସବୁବେଳେ ଦୁର୍ଘଟଣା ଘଟି ବହୁ ଜୀବନ ଯାଉଛି।  ହେଲେ ସରକାରଙ୍କ ଚେତା ପଶୁନି। ରାସ୍ତାର ସଂପ୍ରସାରଣ ପାଇଁ ଅନେକ ଦାବି ଏବଂ ଆନ୍ଦୋଳନ କରାଯିବା ପରେ ମଧ୍ୟ ସରକାର କୌଣସି ତତ୍ପରତା ପ୍ରକାଶ ନ କରିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

https://youtu.be/w4fhbxwE7cs

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos