ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲକୋ ପ୍ଲାଣ୍ଟର ସ୍ମେଲଟର କାଷ୍ଟ ହାଉସ ବି ରେ ଥିବା ଫ୍ଲାଶ ଓଭରରେ ଆଜି ଦିନ ପ୍ରାୟ ୧୧ଟା ବେଳେ  ନିଆଁ ଲାଗି ୪ ଜଣ କର୍ମଚାରୀ ଗୁରୁତର ହୋଇ ପଡିଛନ୍ତି। ଆହତ କର୍ମଚାରୀମାନେ ହେଲେ ବିଶ୍ୱେଶ୍ୱର ସାମଲ, ରଜନୀକାନ୍ତ ପରିଡ଼ା, ମିଥୁନ ନାଥ ଏବଂ ରିଙ୍କିନା ସାହୁ।

ଗୁରୁତର ସମସ୍ତ କର୍ମଚାରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।