୩୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡ଼ିଲା

କେନ୍ଦୁଝର (ପ୍ରଣୟ କୁମାର ପାଣି): ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଯେଉଁଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଏମିତି ଏକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ଚମ୍ପୁଆ ଥାନା ନିକଟସ୍ଥ କାଳିକା ପ୍ରସାଦାଠାରେ। କେନ୍ଦୁଝର ଯୋଡ଼ାରୁ ଚମ୍ପୁଆକୁ ଯାଉଥିବା ସତ୍ୟାଭାମା ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ବସିଥିଲା। ଯାହା ଫଳରେ ବସଟି ଓଲଟି ଯାଇଥିଲା। ଗାଡ଼ି ଭିତରେ ପାଖାପାଖି […]

keonjhar

Ranjit Kumar Jena
  • Published: Tuesday, 23 February 2021
  • , Updated: 23 February 2021, 05:46 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଯେଉଁଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଏମିତି ଏକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ଚମ୍ପୁଆ ଥାନା ନିକଟସ୍ଥ କାଳିକା ପ୍ରସାଦାଠାରେ। କେନ୍ଦୁଝର ଯୋଡ଼ାରୁ ଚମ୍ପୁଆକୁ ଯାଉଥିବା ସତ୍ୟାଭାମା ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ବସିଥିଲା। ଯାହା ଫଳରେ ବସଟି ଓଲଟି ଯାଇଥିଲା।

ଗାଡ଼ି ଭିତରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇନାହିଁ। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରୋ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନାରେ ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ତେବେ ଆହତଙ୍କ ମଧ୍ୟରୁ କେତେ ଜଣ ଗୁରୁତର ଅଛନ୍ତି, ତାହା ଜଣାପଡ଼ି ନାହିଁ।

Related story