ଦୁଇ ହାତୀଙ୍କ ଜୀବନ ନେଲା ଟ୍ରେନ୍‌, ରେଳବାଇକୁ ଦାୟୀ କଲା ବନ ବିଭାଗ

ରାଉରକେଲା (ପବନ ତିୱାରୀ): ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାର ଜରେଇକେଲା ନିକଟ ମହିପାଣିରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ୨ଟି ହାତୀ ଟ୍ରେନ୍‌ ଲାଇନ ପାର ହେଉଥିବାବେଳେ ଏକ ମାଲବାହୀ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍‌ ଲାଇନ୍‌ରେ ୨ ହାତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ରହିଛି। ଗୋଟିଏ ହାତୀକୁ ଧକ୍କା ଦେବା ପରେ ତାକୁ କିଛି ବାଟ ଟାଣି ନେଇଥିଲା ମାଲବାହୀ ଟ୍ରେନ୍‌। ଖବର ବନ […]

train

train

Jitendra Garnayak
  • Published: Thursday, 04 February 2021
  • Updated: 04 February 2021, 12:25 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାର ଜରେଇକେଲା ନିକଟ ମହିପାଣିରେ ଗତକାଲି ରାତିରେ ଏହି ଘଟଣା ଘଟିଛି।

୨ଟି ହାତୀ ଟ୍ରେନ୍‌ ଲାଇନ ପାର ହେଉଥିବାବେଳେ ଏକ ମାଲବାହୀ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍‌ ଲାଇନ୍‌ରେ ୨ ହାତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ରହିଛି। ଗୋଟିଏ ହାତୀକୁ ଧକ୍କା ଦେବା ପରେ ତାକୁ କିଛି ବାଟ ଟାଣି ନେଇଥିଲା ମାଲବାହୀ ଟ୍ରେନ୍‌। ଖବର ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ତିନି ଦିନ ହେଲାଣି ପ୍ରାୟ ୧୫ଟି ହାତୀ ଥିବା ଏକ ପଲ ଏହି ଅଞ୍ଚଳରେ ବୁଲୁଛନ୍ତି। ଏ ହାତୀ ଦୁଇଟି ଦଳରୁ ଅଲଗା ହୋଇଯାଇଥିଲେ। ଏବଂ ଗତକାଲି ବିଳମ୍ବିତ ରାତିରେ ରେଳ ଧାରଣା ପାର ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ରେଳବାଇକୁ ଦାୟୀ କରିଛି ବନ ବିଭାଗ। ବନ ବିଭାଗର ରାଉରକେଲା ଡିଭିଜନ ଏସିଏଫ୍‌ ଟଙ୍କଧର ବେହେରା କହିଛନ୍ତି, ସନ୍ଧ୍ୟା ୭ଟା ବେଳେ ରେଳବାଇ କର୍ତ୍ତୃପକ୍ଷଙ୍କୁ ହାତୀଙ୍କ ଗତିବିଧି ନେଇ ଅବଗତ କରାଯାଇଥିଲା ଓ ସତର୍କ ରହିବାକୁ କୁହାଯାଇଥିଲା। ତା’ସତ୍ତ୍ୱେ ଦୁର୍ଘଟଣା ଘଟାଇଥିବା ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର ଥିଲା। ଏହି ହାତୀ ପଛରେ ଆମର ୩୦ ଜଣିଆ ସ୍କ୍ୱାଡ୍‌ ବି ରହିଥିଲା। ସେମାନେ ମଧ୍ୟ ସଂକେତ ଦେଇ ଟ୍ରେନ୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରେନ୍‌ଟି ରହି ନଥିଲା।

ଏସିଏଫ୍‌ କହିଛନ୍ତି, ବର୍ତ୍ତମାନେ ଆମେ ଟ୍ରେନ୍‌ର ବେଗ କେତେ ଥିଲା, ତା’ଉପରେ ତଦନ୍ତ କରିବୁ। ତା’ସହିତ ଆମେ ସତର୍କ କରାଇବା ସତ୍ତ୍ୱେ କାହିଁକି ଏହି ଦୁର୍ଘଟଣା ଘଟିଲା, ତା’ର ତଦନ୍ତ କରିବୁ। ଆମ ପଟରୁ କିଛି ଭୁଲ୍ ନଥିଲା।

ରେଳବାଇ ପକ୍ଷରୁ ବନ୍ଧମୁଣ୍ଡା ଏଆର୍‌ଏମ୍‌ ନିଶାନ୍ତ କୁମାର କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟିବା ପରେ ଉଭୟ ରେଳ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଛି। ଦୁର୍ଘଟଣା ଯୋଗୁ ଏହି ଲାଇନ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସେ କହିଛନ୍ତି, ଏଭଳି ଦୁର୍ଘଟଣା କାହିଁକି ଘଟିଲା, ତା’ର କାରଣ ସଙ୍ଗେ ସଙ୍ଗେ କିଛି ଜଣାପଡ଼ିନି। ଟ୍ରେନ୍‌ ପାଇଁ ବିଭିନ୍ନ ସେକ୍ସନରେ ପୃଥକ ପୃଥକ ସ୍ପୀଡ୍ ଧାର୍ଯ୍ୟ ହୋଇଥାଏ। ସେହି ଅନୁସାରେ ସତର୍କ କରାଯାଏ। ହାତୀଙ୍କୁ ଧକ୍କା ଦେଇଥିବା ଟ୍ରେନ୍‌ଟିର ବେଗ କେତେ ଥିଲା, ତାହା ସ୍ପୀଡୋମିଟରରୁ ଜଣାପଡ଼ିବ। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ।

ଏଭଳି ଘଟଣା ରାଜ୍ୟରେ ପ୍ରାୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳୁଛି। ଗତବର୍ଷ ଡିସେମ୍ବର ମାସରେ ସମ୍ବଲପୁର ଜିଲ୍ଲାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଏକ ଯାତ୍ରୀବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେସନ୍ ମଧ୍ୟସ୍ଥ ଭବାନୀପାଲିରେ ଏହି ଘଟଣା ଘଟିଥିଲା। ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ୍ ଦନ୍ତାକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ହାତୀକୁ ଧକ୍କା ଦେବା ପରେ ଟ୍ରେନ୍‌ର ସମ୍ମୁଖ‌ ଇଞ୍ଜିନ୍‌ର ୬ଟି ଚକ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ତେବେ ଏଥିଯୋଗୁ କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇ ନଥିଲା।

https://youtu.be/-jxaofjwpYY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story