ବସ୍‌ରୁ ଚୋରା ଏସିଟିକ୍ ଏସିଡ୍ ଜବତ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ଘରୋଇ ବସ୍‌ରୁ ଗତ ବିଳମ୍ବିତ ରାତିରେ ଚୋରା ଏସିଟିକ୍ ଏସିଡ ଜବତ କରାଯାଇଛି। ପୁଲିସ୍‌ ବସ୍‌କୁ ଜବତ କରିଛି । ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କୋଲକାତାରୁ ଧାମରା ଯାଉଥିବା ‘ନିଗମ’ ନାମକ ଏକ ଘରୋଇ ବସ୍‌ରେ ଚୋରା ଏସିଟିକ୍ ଏସିଡ ଯାଉଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ […]

bus.jpg,,,,,

Tapaswini Nayak
  • Published: Saturday, 07 September 2019
  • , Updated: 07 September 2019, 01:24 PM IST

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ଘରୋଇ ବସ୍‌ରୁ ଗତ ବିଳମ୍ବିତ ରାତିରେ ଚୋରା ଏସିଟିକ୍ ଏସିଡ ଜବତ କରାଯାଇଛି। ପୁଲିସ୍‌ ବସ୍‌କୁ ଜବତ କରିଛି । ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

କୋଲକାତାରୁ ଧାମରା ଯାଉଥିବା ‘ନିଗମ’ ନାମକ ଏକ ଘରୋଇ ବସ୍‌ରେ ଚୋରା ଏସିଟିକ୍ ଏସିଡ ଯାଉଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରି ବସ୍‌ରୁ ଚୋରା ଏସିଟିକ୍ ଏସିଡ ଜବତ କରିଥିଲା।

ତେବେ ଏ ନେଇ ବସ୍ ମାଲିକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

Related story