ହତାଶ ପ୍ରେମିକର ଏସିଡ୍‌ ମାଡ଼, ଯୁବତୀ ଗୁରୁତର

Ordigital Desk
  • Published: Monday, 15 January 2018
  • , Updated: 15 January 2018, 04:45 PM IST
<p>ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ଏକତରଫା ପ୍ରେମ ନିବେଦନ କରି ବିଫଳ ହେଲା ପ୍ରେମିକ। ଯେଉଁ ଝିଅ ଦିନେ ତାକୁ ଭାରି ଭଲ ଲାଗୁଥିଲା ଆଜି ତା&rsquo; ମୁହଁରେ ଫିଙ୍ଗିଛି ଏସିଡ୍&zwnj;। ମୋର ନୁହଁ ତ କାହାର ନୁହଁ। ଆଉ ଏହି ପ୍ରତିଶୋଧ ପରାୟଣାତା ହିଁ ତାଙ୍କୁ ହିଂସ୍ର କରି ଏଭଳି କାଣ୍ଡ ଘଟାଇଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା କମଲପୁର ଥାନା ଅନ୍ତର୍ଗତ ଖଣ୍ଡିଗଙ୍ଗରିଗୁଡ଼ା ଗାଁର। ଏହି ଗାଁର ଜଣେ ଗ୍ରାଜୁଏଟ୍&zwnj; ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ ପରଶୁରାମ। ବାରମ୍ୱାର ବାରମ୍ୱାର ପ୍ରେମ ନିବେଦନ କରିଥିଲା। ଏମିତିକି ବାହା ହୋଇ ଘରକୁ ନେବ ବୋଲି ଦେଇଥିଲା ପ୍ରତିଶ୍ରୁତି। ହେଲେ କଲେଜ ପଢ଼ୁଆ ଝିଅଟି ତା&rsquo; କଥାରେ ରାଜି ହୋଇନଥିଲା। &lsquo;ମୁଁ ପାଠ ପଢ଼ୁଛି, ତୁମେ ତୁମ ଜାତିର ଭଲ ଝିଅ ଦେଖି ବାହା ହୋଇଯାଅ। ମୋ ପିଛରେ ଲାଗନି।&rsquo; ଏହି କଥା ଶୁଣି ପରଶୁରାମର ମୁଣ୍ଡ ବିଗିଡ଼ି ଯାଇଥିଲା। ପ୍ରତିଶୋଧ ନେବ ବୋଲି ମନେମନେ ଶପଥ କରିଥିଲା।</p> <p>&lt;a href=&quot;&quot;&gt;(image) &lt;/a&gt;ଖଣ୍ଡିଗଙ୍ଗରିଗୁଡ଼ା ଗାଁର ଯୁବତୀ ଜଣକ ଆଜି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ପାଇଁ କଲମପୁର ଆସୁଥିଲେ। ବଙ୍କାପଲା ଗ୍ରାମ ଛକରେ ପୂର୍ବରୁ ଛପି ରହିଥିବା ପରଶୁରାମ ତାଙ୍କ ଉପରକୁ ଏସିଡ୍&zwnj; ମାଡ଼ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏସିଡ୍&zwnj;ରେ ଗୁରୁତର ଆହତ ହୋଇ ଚିତ୍କାର କରୁଥିବା ବେଳେ ପରଶୁରାମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ତାଙ୍କୁ ଉଦ୍ଧାର କରି କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>https://youtu.be/eAWqcm53Ot0</p>

Related story