ଭଉଣୀକୁ ଦୁର୍ବ୍ୟବହାର ପରେ ଭାଇ ଉପରେ ଏସିଡ୍ ମାଡ଼

କଟକ(ଓଡ଼ିଶା ରିପୋର୍ଟର): କଟକ ବାଲୁବଜାର ଅଞ୍ଚଳରେ ଯୁବକଙ୍କ ଉପରେ ଏସିଡ୍ ମାଡ଼। ଏସିଡ୍ ମାଡ଼ରେ ବାଲୁବଜାର ଅଞ୍ଚଳର ୨୨ ବର୍ଷୀୟ ଦୁଇ ଯୁବକ ଆହତ। ସେମାନଙ୍କ ଭିତରୁ ଜଣେ ଗୁରୁତର ଅଛନ୍ତି। ତାଙ୍କ ପିଠି, ପେଟ, ମୁହଁ, ହାତ ପୋଡ଼ି ଯାଇଛି। ଚିକିତ୍ସା ପାଇଁ ତାଙ୍କୁ କଟକ ସିଟି ହସ୍ପିଟାଲ ପଠେଇଛି ପୁଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଏସିଡ ମାଡ ହୋଇଥିବା ଲାଲବାଗ ଥାନା ପୁଲିସ କହିଛି। ଆହତ ଯୁବକଙ୍କ ଅଭିଯୋଗ କ୍ରମେ ଲାଲବାଗ ପୁଲିସ […]

acid

  • Published: Saturday, 08 October 2022
  • , Updated: 08 October 2022, 08:23 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ବାଲୁବଜାର ଅଞ୍ଚଳରେ ଯୁବକଙ୍କ ଉପରେ ଏସିଡ୍ ମାଡ଼। ଏସିଡ୍ ମାଡ଼ରେ ବାଲୁବଜାର ଅଞ୍ଚଳର ୨୨ ବର୍ଷୀୟ ଦୁଇ ଯୁବକ ଆହତ। ସେମାନଙ୍କ ଭିତରୁ ଜଣେ ଗୁରୁତର ଅଛନ୍ତି। ତାଙ୍କ ପିଠି, ପେଟ, ମୁହଁ, ହାତ ପୋଡ଼ି ଯାଇଛି। ଚିକିତ୍ସା ପାଇଁ ତାଙ୍କୁ କଟକ ସିଟି ହସ୍ପିଟାଲ ପଠେଇଛି ପୁଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଏସିଡ ମାଡ ହୋଇଥିବା ଲାଲବାଗ ଥାନା ପୁଲିସ କହିଛି। ଆହତ ଯୁବକଙ୍କ ଅଭିଯୋଗ କ୍ରମେ ଲାଲବାଗ ପୁଲିସ ତଦନ୍ତ ଆରମ୍ଭ କରିଛି।

ଗୁରୁତର ସତ୍ୟଘନ ସାହୁ କହିଛନ୍ତି, ପୂର୍ବାହ୍ନ ପ୍ରାୟ ୧୦ଟାରେ ତାଙ୍କ ମୋବାଇଲକୁ ଏକ ଫୋନ୍ କଲ୍ ଆସିଥିଲା। ସେ ଖାଉଥିବାରୁ, ତାଙ୍କ ୧୨ ବର୍ଷିୟ ଭଉଣୀ ଫୋନ୍ ଉଠାଇଥିଲେ। ଫୋନ୍ କରିଥିବା ବ୍ୟକ୍ତି ଅସଭ୍ୟ ଭାଷାରେ ଭଉଣୀଙ୍କ ସହ କଥା ହୋଇଥିଲା। ତେଣୁ ଭଉଣୀ ରାଗିଯାଇ ଫୋନ୍‌ଟିକୁ ତାଙ୍କୁ ଧରାଇ ଦେଇଥିଲା। ତେବେ ସେ କିଛି କଥା ହେବା ପୂର୍ବରୁ କଲ୍‌ କଟି ଯାଇଥିଲା। କଲ୍ କରିଥିବା ବ୍ୟକ୍ତିଙ୍କୁ ସେ ଚିହ୍ନି ଥିବାରୁ ଜଣେ ସାଙ୍ଗ ସହ ତାଙ୍କ ଘରକୁ ସାଇକେଲରେ ଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଭଳି କାହିଁକି କରିଲ ବୋଲି ପଚାରିବା ସହ ଦୁର୍ବ୍ୟବହାରର ପ୍ରତିବାଦ ଜଣାଇଥିଲେ। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ଏସିଡ୍ ମାଡ଼ କରିଥିଲେ।

ଅଭିଯୁକ୍ତ ବ୍ୟକ୍ତି ରଙ୍ଗ କାମ କରନ୍ତି। କାମ ମିଳିଲେ, ଦେବାକୁ ଅନୁରୋଧ କରିଥିଲେ। ଏହି ସମୟରେ ଚିହ୍ନାପରିଚିତ ହୋଇଥିଲା ବୋଲି ସତ୍ୟଘନ କହିଛନ୍ତି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Related story