ଯବାନଙ୍କ ଜଘନ୍ୟ କାଣ୍ଡ : ପ୍ରେମ ପାଇଁ ପ୍ରମୋଦିନୀଙ୍କୁ ଏସିଡ୍‌ ନିଆଁରେ ଜାଳି ଖସିଗଲେ ୮ ବର୍ଷ, ଆଉ ଏବେ…

ଜଗତସିଂପୁର: ଜଗତସିଂପୁରର ବହୁଚର୍ଚ୍ଚିତ ପ୍ରମୋଦିନ ରାଉଳ ଏସିଡ୍ ଆକ୍ରମଣ ଘଟଣାରେ ଧରାପଡ଼ିଲେ ଅଭିଯୁକ୍ତ।  ଏକତରଫା ପ୍ରେମରେ ବିଫଳ ହେବା ପରେ ଏସିଡ୍ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଏବଂ ଜଣେ ସହଯୋଗୀକୁ ପୋଲିସ ଆଜି ଗିରଫ କରିଛି । ଅଭିଯୁକ୍ତଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ଦିଆଯାଇଥିବା ଦର୍ଶାଇ ୨୦୧୨ରେ ମାମଲାକୁ ବନ୍ଦ କରିଦେଇଥିଲା ପୋଲିସ।  ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ରି-ଓପନ୍ କରି ଘଟଣାର ୮ ବର୍ଷ ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏପଟେ ଅଭିଯୁକ୍ତ ଧରାପଡ଼ିବା ପରେ ଆଶ୍ୱସ୍ତ ହୋଇଛି ପୀଡ଼ିତାଙ୍କ ପରିବାର । ଅନ୍ୟପଟେ  ଏସିଡ୍ ମାଡ଼ ଘଟଣାରେ ପ୍ରମୋଦିନୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଲାଗି ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୮ବର୍ଷର ଯନ୍ତ୍ରଣା ପରେ ଆଶ୍ୱସ୍ତି

୮ବର୍ଷର ନ୍ୟାୟିକ ସଂଘର୍ଷ ଓ ଜୀବନ ଯନ୍ତ୍ରଣାର ତିକ୍ତ ଅନୁଭୂତି ଭିତରେ ଆଜି ଆଶ୍ୱସ୍ତ ପ୍ରମୋଦିନୀ ରାଉଳ।  ବିଳମ୍ବରେ ହେଉ ପଛେ ଆଜି ତାଙ୍କୁ ନ୍ୟାୟ ମିଳିଛି।  କାରଣ ଆଇନ ଆଖିରେ ଧୂଳିଦେଇ ଖସିଯାଇଥିବା ଦୁର୍ବୃତ୍ତ ଆଇନର ପଞ୍ଝାକୁ ଚାଲି ଆସିଛନ୍ତି ଅସିଛନ୍ତି ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ  ଓ ସହଯୋଗୀ ବିଶ୍ୱଜିତ୍ ଦଳସିଂରାୟ।  ଉଭୟେ ଥିଲେ ପ୍ରମୋଦିନୀ ରାଉଳ ଏସିଡ୍ ଆକ୍ରମଣର ଅଭିଯୁକ୍ତ।  ଉଭୟଙ୍କୁ କୋଲକାତା ଏବଂ ନୟାଗଡ଼ ଅଞ୍ଚଳରୁ ଗିରଫ କରିଛି ପୋଲିସ।

ଘଟଣାକ୍ରମ

ଅପ୍ରେଲ୍ ୧୮, ୨୦୦୯।  ମାଉସୀ ପୁଅ ସହ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ୍ କନକପୁରକୁ ଯାଉଥିଲେ ପ୍ରମୋଦିନୀ। ଏହି ସମୟରେ ଅର୍ଦ୍ଧସାମରିକ ବାହିନୀରେ କାମ କରୁଥିବା ଭଣ୍ଡାରିପୋଖରୀ ଜରଗଡିଆ ଗାଁର ସନ୍ତୋଷ ବେଦାନ୍ତ, ସହଯୋଗୀ ବିଶ୍ୱଜିତ ସହ ମିଶି ପ୍ରମୋଦିନଙ୍କ ମୁହଁ ଉପରେ ଏସିଡ୍ ମାଡ଼ କରିଥିଲା। ଏହାପଛର ମୁଖ୍ୟ କାରଣ ଥିଲା ଏକତରଫା ପ୍ରେମ ।  ଆକ୍ରମଣ ପରେ ବିଶ୍ୱଜିତ ସହ ଫେରାର୍ ହୋଇଯାଇଥିଲା ସନ୍ତୋଷ । ତିର୍ତ୍ତୋଲ ଥାନାରେ ରୁଜୁ ହେଲା ମାମଲା । ଅଥଚ ଅଭିଯୁକ୍ତ ସମ୍ପର୍କରେ କୌଣସି ସୁରାଗ୍ ପାଇ ନ ଥିଲା ପୋଲିସ । ଏତଲାରେ ଠିକଣା ଭୁଲ୍ ଥିବା ଦର୍ଶାଇ ୨୦୧୨ରେ ମାମଲାକୁ ବନ୍ଦ କରିଦେଇଥିଲା ପୋଲିସ।  କିନ୍ତୁ ପୀଡ଼ିତାଙ୍କ ପକ୍ଷରୁ ଆବେଦନ ପରେ ଜଗତସିଂହପୁର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶରେ ଗତ ଅଗଷ୍ଟରେ ମାମଲାର ରି-ଓପନ କରିଥିଲା ପୋଲିସ।  ଆରମ୍ଭ ହେଲା ସାନି ତଦନ୍ତ।  ସନ୍ତୋଷ ଜମ୍ମୁକାଶ୍ମୀର କୁପୱାଡା କାର୍ଯ୍ୟରତ ଥିବା ପୋଲିସ ଜାଣିପାରିଥିଲା।  ଆଉ ପୋଲିସ ସମ୍ପର୍କରେ ସୂଚନା ପାଇ କୁପାୱାଡ଼ାରୁ କୋଲକାତାକୁ ଫେରାର୍ ହୋଇଯାଇଥିଲା ସନ୍ତୋଷ।  ଶେଷରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଏବଂ ସହଯୋଗୀ ବିଶ୍ୱଜିତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ସେଦିନ ବଦଳିଯାଛି

ତରଳ ନିଆଁରେ ସେଦିନର ଚୁଲବୁଲି ଚେହେରା ସିନା ତରଳି ଗଲା ପ୍ରମୋଦିନୀଙ୍କର। ହେଲେ ଆଜି ଟାଣ ହୋଇଯାଇଛି ତାଙ୍କ ମନ।  ଜୀବନର ବଳକା ସମୟ ସହ ମୁକାବିଲା କରିବାକୁ ସେ ଆଜି ସଂକଳ୍ପବଦ୍ଧ।

Ordigital Desk
• Published: Sunday, 26 November 2017
• Updated: 26 November 2017, 09:10 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos