ରାସ୍ତାରେ ଓଲଟି ପଡ଼ିଲା ଏସିଡ୍ ଗାଡ଼ି, ତା’ପରେ...

ବିନିକା(ଦିଲୀପ ସାହୁ): ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଏସିଡ଼ ଗାଡି। ଫଳରେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏସିଡ୍‌ ଗାଡ଼ି ଓଲଟି ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। ଆଜି ସକାଳେ ଏପରି ଦୁର୍ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଥିଲା। ବରଗଡ଼ ଜିଲ୍ଲା ସହଲା ଦଶମାଇଲରୁ ଏକ ଏସିଡ୍‌ ଗାଡ଼ି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳକୁ ଯାଉଥିଲା। ତେବେ ଗାଡ଼ିଟି ରାମପୁର ଏମ୍‌ଡିଆର୍‌ ୩୯ […]

binika

binika

Manoranjan Sial
  • Published: Friday, 02 July 2021
  • Updated: 02 July 2021, 06:57 PM IST

Sports

Latest News

ବିନିକା(ଦିଲୀପ ସାହୁ): ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଏସିଡ଼ ଗାଡି। ଫଳରେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏସିଡ୍‌ ଗାଡ଼ି ଓଲଟି ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। ଆଜି ସକାଳେ ଏପରି ଦୁର୍ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଥିଲା।

ବରଗଡ଼ ଜିଲ୍ଲା ସହଲା ଦଶମାଇଲରୁ ଏକ ଏସିଡ୍‌ ଗାଡ଼ି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳକୁ ଯାଉଥିଲା। ତେବେ ଗାଡ଼ିଟି ରାମପୁର ଏମ୍‌ଡିଆର୍‌ ୩୯ ମୁଖ୍ୟରାସ୍ତା ଦାନୀପାଲି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟି ପଡ଼ିବା ପରେ ସେଥିରୁ ଏସିଡ୍‌ ଲିକ୍‌ ହୋଇଥିଲା। ହଳଦୀଆ ରଙ୍ଗର ଗ୍ୟାସ୍‌ ବାହାରିଥିଲା। ଫଳରେ କିଛି ସମୟ ପାଇଁ ଆକାଶ ଧୂଆଁଳିଆ ହୋଇଯାଇଥିଲା। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଥିଲା। ଗାଡ଼ି ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲେ। ଦୁଇଟି ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିର୍ଗତ ହେଉଥିବା ଏସିଡ୍‌କୁ ବନ୍ଦ କରାଇ ଥିଲେ। ପରେ ଗାଡ଼ି ଚାଳକ ଓ ହେଲ୍‌ପରଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି  କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos