‘ହେରିଟେଜ୍ କରିଡ଼ର ପାଇଁ ଜାନୁଆରୀ ପୂର୍ବରୁ ସରିବ ଜମି ଅଧିଗ୍ରହଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୭ମାସ ଧରି ନବୀନ ନିବାସରେ ରହି ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ‘ଅବଢ଼ା’ ଯୋଜନାର ସମୀକ୍ଷା କରିଛନ୍ତି। ଶ୍ରୀଜଗନ୍ନାଥ ହେରିଟେଜ୍ କରିଡ଼ର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ କହିବା ସହ ଜାନୁୟାରୀ ପହିଲା ପୂର୍ବରୁ ଏଥିନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ସିଂହଦ୍ୱାରରୁ ପତିତପାବନ ଓ […]

puri-1--1-1

Manoranjan Sial
  • Published: Saturday, 17 October 2020
  • , Updated: 17 October 2020, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୭ମାସ ଧରି ନବୀନ ନିବାସରେ ରହି ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ‘ଅବଢ଼ା’ ଯୋଜନାର ସମୀକ୍ଷା କରିଛନ୍ତି। ଶ୍ରୀଜଗନ୍ନାଥ ହେରିଟେଜ୍ କରିଡ଼ର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ କହିବା ସହ ଜାନୁୟାରୀ ପହିଲା ପୂର୍ବରୁ ଏଥିନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ସିଂହଦ୍ୱାରରୁ ପତିତପାବନ ଓ ନୀଳଚକ୍ର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଶ୍ରୀମନ୍ଦିର ଚାରିପାଖ ବୁଲି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ ଭାଗରେ ଥିବା ଏମାର ମଠ ନିକଟରୁ ଧାଡ଼ି ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିବା ସହ ଶ୍ରଦ୍ଧାଳୁମାନେ ଯେପରି ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ତା’ର ବ୍ୟବସ୍ଥା କରିବାକୁ କହିଥିଲେ। ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଟେକ୍ନୋଲୋଜିର ଉପଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହେରିଟେଜ୍ କରିଡର ନିର୍ମାଣବେଳେ ଭିନ୍ନକ୍ଷମ ଲୋକମାନେ ଯେପରି ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ପରିକ୍ରମା କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ମେଘନାଦ ପାଚେରୀ ପାଖରେ ଥିବା ସେସୁ କଣ୍ଟ୍ରୋଲ ରୁମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ମହାପ୍ରସାଦ ସେବା ନିମନ୍ତେ ଶ୍ରୀମନ୍ଦିରର ଉତ୍ତର ଭାଗରେ ଅଧିକ ଲୋକଙ୍କ ବସିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୟସ୍କ ଶ୍ରଦ୍ଧାଳୁଙ୍କ ଯାତାୟତ ଇଲେକ୍ଟିଚାଳିତ ଗାଡ଼ିର ଉପଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଦୀର୍ଘ ୭ମାସ ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ବାହାରକୁ ଆସି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

Related story