କରୋନା ଆତଙ୍କ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ACS

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଲେଉଟାଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ଏହି ଲେଉଟାଣି ପୂର୍ବାପେକ୍ଷା ଅଧିକ ମାରାତ୍ମକ ବୋଲି କୁହାଯାଉଛି। ଏହାକୁ ଆଖି ଆଗରେ କିଛି ରାଜ୍ୟରେ ଆଗୁଆ ପଦକ୍ଷେପ ନିଆଯାଇଛି। ଏବେ ଓଡ଼ିଶା ସରକାର ମଧ୍ୟ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସିଏଏସ୍ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛନ୍ତି। ସବୁ ଜିଲ୍ଲା ହସ୍ପିଟାଲ […]

Pradipta Mohapatra

Ranjit Kumar Jena
  • Published: Friday, 02 April 2021
  • , Updated: 02 April 2021, 06:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଲେଉଟାଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ଏହି ଲେଉଟାଣି ପୂର୍ବାପେକ୍ଷା ଅଧିକ ମାରାତ୍ମକ ବୋଲି କୁହାଯାଉଛି। ଏହାକୁ ଆଖି ଆଗରେ କିଛି ରାଜ୍ୟରେ ଆଗୁଆ ପଦକ୍ଷେପ ନିଆଯାଇଛି। ଏବେ ଓଡ଼ିଶା ସରକାର ମଧ୍ୟ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସିଏଏସ୍ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛନ୍ତି। ସବୁ ଜିଲ୍ଲା ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନ୍ ବ୍ୟବସ୍ଥା ସହ ବେଡ୍‌ ପ୍ରସ୍ତୁତ ରଖିବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହସ୍ପିଟାଲରେ ଆଇସିୟୁ, ଡାଏଲିସିସ୍, ଲେବର୍ ରୁମ୍ ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ସରକାରୀ ନୁହେଁ, ଘରୋଇ ହସ୍ପିଟାଲ୍ ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବାକୁ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ଫାଭିପିରାଭିର୍, ରେମଡେସିଭିର ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବହୁବିଧ ରୋଗାକ୍ରାନ୍ତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରିବାକୁ ଏସିଏସ୍ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨୭୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୧୮୯। ଆଜି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୮୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୯, ସୁନ୍ଦରଗଡ଼ରୁ ୬୨, କଳାହାଣ୍ଡିରୁ ୩୬, ବରଗଡ଼ରୁ ୩୨ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚିଥିବା ବେଳେ ୩,୩୭,୨୧୨ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୨୫୬୮ ଆକ୍ଟିଭ କେସ୍‌ ରହିଛି।

Related story