ରାଜ୍ୟରେ ଦାଦନ ଚାଲାଣ ରୋକିବାକୁ ନୂଆ ଆକ୍ସନ ପ୍ଲାନ: ଦିଲ୍ଲୀରେ ଖୋଲିବ ଅଫିସ୍

ଭୁବନେଶ୍ୱର/କଣ୍ଟାବାଞ୍ଜି/ବଲାଙ୍ଗିର (ଓଡ଼ିଶା ରିପୋର୍ଟର) ରାଜ୍ୟରେ ଦାଦନ ଚାଲାଣ ରୋକିବାକୁ ନୂଆ ଆକ୍ସନ ପ୍ଲାନ । ନୂଆବର୍ଷରୁ ମୋସରକାର ଅଧିନକୁ ଆସିବ ଶ୍ରମ ବିଭାଗ। ଦେଶ ବାହାରେ ନିର୍ଯାତନା ଭୋଗୁଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀରେ ଖୋଲିବ ଅଫିସ୍। ଏଣେ ଗ୍ରାଉଣ୍ଡ ଜିରୋରେ ସ୍ଥିତି, ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି। ବଲାଙ୍ଗିର ତୁରେଇକୁଲା ବ୍ଲକ ରାଉତମୁଣ୍ଡା ଗାଁ ଅଧିକାଂଶଙ୍କ ଘରେ ତାଲା, ପୁରା ଗାଁ ଖାଁ ଖାଁ । ମାସେ ହେବ ଅର୍ଧାଧିକ ଲୋକ ଦାଦନ […]

c-909

Tapas Behera
  • Published: Monday, 23 December 2019
  • , Updated: 23 December 2019, 07:49 PM IST

ଭୁବନେଶ୍ୱର/କଣ୍ଟାବାଞ୍ଜି/ବଲାଙ୍ଗିର (ଓଡ଼ିଶା ରିପୋର୍ଟର) ରାଜ୍ୟରେ ଦାଦନ ଚାଲାଣ ରୋକିବାକୁ ନୂଆ ଆକ୍ସନ ପ୍ଲାନ । ନୂଆବର୍ଷରୁ ମୋସରକାର ଅଧିନକୁ ଆସିବ ଶ୍ରମ ବିଭାଗ। ଦେଶ ବାହାରେ ନିର୍ଯାତନା ଭୋଗୁଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀରେ ଖୋଲିବ ଅଫିସ୍। ଏଣେ ଗ୍ରାଉଣ୍ଡ ଜିରୋରେ ସ୍ଥିତି, ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି।

ବଲାଙ୍ଗିର ତୁରେଇକୁଲା ବ୍ଲକ ରାଉତମୁଣ୍ଡା ଗାଁ ଅଧିକାଂଶଙ୍କ ଘରେ ତାଲା, ପୁରା ଗାଁ ଖାଁ ଖାଁ । ମାସେ ହେବ ଅର୍ଧାଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି । ପାଟଣାଗଡ ପାଢେଲ ଗାଁରେ ବି ସମାନ ଚିତ୍ର।

ଏପଟେ ଦାଦନ ଦୁଃଖ ଦୂର ପାଇଁ ରାଜଧାନୀରେ କସରତ।  ମୋ ସରକାର ଅଧିନକୁ ଶ୍ରମବିଭାଗ ଆଣିବା ପୂର୍ବରୁ ଜିଲ୍ଲା ଶ୍ରମଅଧିକାରୀଙ୍କୁ ପାଠ ପଢାଉଛନ୍ତି ସଚିବ ଓ  ମନ୍ତ୍ରୀ । ଫୋକସରେ ନୂଆ ଆକ୍ସନ ପ୍ଲାନ। ବିଦେଶକୁ ଯାଇ ନିର୍ଯାତନାର ଶିକାର ଶ୍ରମିକଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀରେ ବିଭାଗ ଏକ କାର୍ଯ୍ୟାଳୟ ଖୋଲିବାକୁ ଯୋଜନା କରାଯାଉଛି।

କାହିଁକିନା, ବିଗତ ୫ ବର୍ଷରେ ବିଦେଶକୁ ଯାଇଥିବା ଶ୍ରମିକଙ୍କ ଭିତରୁ ୧୪୨ ଜଣ ଶବ ହୋଇ ଫେରିଛନ୍ତି। ସବୁଠୁ ଅଧିକ ପ୍ରାଣ ହରାଇଛନ୍ତି  କଳାହାଣ୍ଡି, ଖୋର୍ଦ୍ଦା, ନୂଆପଡା ଓ ବଲାଙ୍ଗିରର ଶ୍ରମିକ। ତେଣୁ ସର୍ବାଧିକ ଦାଦନ ପ୍ରବଣ ଜିଲ୍ଲାରେ ଏହି ସମସ୍ୟା ଉପରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ।

ସରକାରୀ ତଥ୍ୟ କହୁଛି ଚଳିତବର୍ଷ ଜାନୁଆରୀରୁ ଅକ୍ଟୋବର ଭିତରେ ଲାଇସେନ୍ସଧାରୀ ଠିକାଦାର ରାଜ୍ୟରୁ ୧ ଲକ୍ଷ ୩୧ ହଜାର ଲୋକଙ୍କୁ ରାଜ୍ୟ ବାହାରକୁ କାମ ଦେବା ପାଇଁ ନେଇଛନ୍ତି। ହେଲେ ବେସରକାରୀ ଭାବେ ଏ ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଥିବାରୁ ତାହା ହିଁ ଚିନ୍ତାର କାରଣ ପାଲଟିଛି।

Related story